ରାଜସ୍ଥାନରେ ଛକାପଞ୍ଝା ଜାରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସିପି ଯୋଶୀଙ୍କ ନାମ ସୁପାରିସ କଲେ ଗେହଲଟ

Advertisment
ରାଜସ୍ଥାନରେ ଛକାପଞ୍ଝା ଜାରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସିପି ଯୋଶୀଙ୍କ ନାମ ସୁପାରିସ କଲେ ଗେହଲଟ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ସୁପାରିସ କରିଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହାକୁ ନେଇ ଗେହଲଟ ଏବଂ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ତୀବ୍ର ହୋଇଛି। ଗତକାଲି ଗେହଲଟ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ସମୟରେ ଯୋଶୀଙ୍କ ନାମକୁ ନେଇ ଆଲୋଚନା କରିଥିବା କୁହାଯାଉଛି।

ବୈଠକ ସମୟରେ ସୋନିଆ ଗେହଲଟଙ୍କୁ କହିଥିଲେ ଯେ ଦଳର ସଭାପତି ନିର୍ବାଚନ ମୁକ୍ତ ଏବଂ ଅବାଧ ହେବ। ସଭାପତି ପଦ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହେବାପରେ ଏବଂ ଜିତିବାପରେ ‘ୱାନ୍‌ ପର୍ସନ, ୱାନ୍‌ ପୋଷ୍ଟ୍‌’ ନୀତି କଥା ଉଠିବ। ୨୦୨୦ରେ ଗେହଲଟ ସରକାରକୁ ଦଳୀୟ ବିଦ୍ରୋହରୁ ରକ୍ଷା କରିବାରେ ଯୋଶୀ ସହଯୋଗ କରିଥିବାରୁ ଗେହଲଟ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe