ବିଜେପି ବିରୋଧରେ ଗର୍ଜିଲେ ଗେହଲଟ: ପାଇଲଟ୍‌ଙ୍କ ହାତରେ କିଛି ନାହିଁ, ବିଜେପି ହିଁ ସବୁ ଷଡ଼ଯନ୍ତ୍ର କରିଛି

ରାହୁଲଙ୍କୁ ପରେ ଆଗ ମୋଦୀଙ୍କୁ କୋଭିଡ ନିୟମ ମାନିବାକୁ ଚିଠି ଲେଖନ୍ତୁ: ଗେହଲୋଟ

DNA India

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାପରେ ଗଣମାଧ୍ୟମରେ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ, ଯାହା ବି ହୋଇଛି ସବୁ ବିଜେପି ପାଇଁ । ସଚିନ ପାଇଲଟ୍‌ଙ୍କ ହାତରେ କିଛି ନାହିଁ। ବିଜେପି ହିଁ ବଡ଼ ଷଡ଼ଯନ୍ତ୍ର କରିଛି ଏବଂ ରାଜସ୍ଥାନରେ ଘୋଡ଼ା ବେପାର ପାଇଁ ଉଦ୍ୟମ କରିଛି। ଫଳରେ ବର୍ତ୍ତମାନର ଏହି ସଙ୍କଟ ଉପୁଜିଛି। ବିଜେପିର ଅନେକ ଦିନର ଷଡ଼ଯନ୍ତ୍ର ଯୋଗୁଁ ଏଭଳି ଅସ୍ଥିରତା ସୃଷ୍ଟି ହେଲା ଏବଂ ହାଇକମାଣ୍ଡ୍‌ ଏଭଳି କଠୋର ନି‌ଷ୍ପତ୍ତି ନେବାପାଇଁ ବାଧ୍ୟ ହେଲେ। ଆମେମାନେ ସମସ୍ତେ ଜାଣିଛୁ ଯେ, ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ଏବଂ ଆମର କିଛି ବନ୍ଧୁ ଏଥିପାଇଁ ଦୂରେଇ ଯାଇ ଦିଲ୍ଲୀରେ ଅଛନ୍ତି। ତେବେ ପାଇଲଟ୍‌ଙ୍କ ହାତରେ କିଛି ନାହ‌ିଁ। ବିଜେପି ହିଁ ସବୁ ‌ଯୋଜନା କରୁଛି। ଏପରିକି ବିଜେପି ମଧ୍ୟ କଂଗ୍ରେସର ଅସନ୍ତୁଷ୍ଟଙ୍କ ପାଇଁ ରିସୋର୍ଟ ଠିକ୍‌ କରିଛି ଏବଂ ସବୁକିଛି ପରିଚାଳନା କରୁଛି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଯେଉଁ ଟିମ୍‌ କାମ କରୁଥିଲେ ଏଠାରେ ମଧ୍ୟ ଠିକ୍‌ ସେହି ଟିମ୍‌ କାମ କରୁଛନ୍ତି ବୋଲି ଗେହଲଟ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe