ହିନ୍ଦୁଙ୍କ ନରସଂହାର ୟୁନୁସଙ୍କ ନିର୍ଦ୍ଦେଶରେ ହେଉଛି: ହସିନାଙ୍କ ଦାବି

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ୟୁନୁସ ଅଛନ୍ତି। ସେ ଆକ୍ରମଣର ମାଷ୍ଟରମାଇଣ୍ଡ...

WhatsApp Image 2024-12-03 at 7.49.50 PM

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଶେଖ ହସିନା କହିଛନ୍ତି ଯେ, ଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ମହମ୍ମଦ ୟୁନୁସ ଅଛନ୍ତି ଏବଂ ତାଙ୍କୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ହସିନା କହିଛନ୍ତି।

ହସିନା ଦାବି କରିଛନ୍ତି, ଏହି ହିଂସା ୟୁନୁସଙ୍କ ଷଡଯନ୍ତ୍ରର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ଦେଶରେ ଅସ୍ଥିରତା ସୃଷ୍ଟି କରିବା। ଯାହାଦ୍ବାରା ଦେଶରେ ହିନ୍ଦୁଙ୍କ ନରସଂହାର ଜାରି ରହିଛି।

ଅଗଷ୍ଟ ୫ରେ ‌ବାଂଲାଦେଶରେ କ୍ଷମତା ଦଖଲ ପରେ ଭାରତରେ ଥିବା ଶେଖ ହସିନା କହିଛନ୍ତି, କ୍ଷମତାରେ ରହି ସେ ନରସଂହାରର ଅଂଶ ହେବାକୁ ଚାହୁଁ ନ ଥିଲେ। ସେ କହିଛନ୍ତି,ମୁଁ କ୍ଷମତା ପାଇଁ ଲୋଭୀ ନ ଥିଲି। ମୁଁ ରକ୍ତପାତ ବନ୍ଦ କରିବାକୁ ଚାହୁଁଥିଲି, ତେଣୁ ମୁଁ ଦେଶ ଛାଡିବାକୁ ସ୍ଥିର କଲି। ସଶସ୍ତ୍ର ଲୋକମାନେ ମୋତେ ହତ୍ୟା କରିବାକୁ ଯୋଜନା କରୁଥିଲେ। ଯଦି ମୁଁ ରହିଥା’ନ୍ତି, ତେବେ ଏକ ହତ୍ୟାକାଣ୍ଡ ହୋଇଥାନ୍ତା।

ନ୍ୟୁୟର୍କରେ ଆୱାମୀ ଲିଗ୍ କର୍ମୀଙ୍କୁ ସମ୍ବୋଧିତ କରି ହସିନା ବାଂଲାଦେଶରେ ବଢୁଥିବା ସଂଖ୍ୟାଲଘୁ ହିଂସା ପ୍ରତି ଗୁରୁତ୍ବାରୋପ କରିଥିଲେ। ସେ କହିଛନ୍ତି ଯେ ହିନ୍ଦୁ,ବୌଦ୍ଧ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି ଏବଂ ଏହି ସମୟ ମଧ୍ୟରେ ୧୧ଟି ଚର୍ଚ୍ଚ, ଅନେକ ମନ୍ଦିର ଏବଂ ଇସ୍କନ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଛି। ହସିନା କହିଛନ୍ତି, ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭୟଭୀତ କରିବା ଏବଂ ସେମାନଙ୍କୁ ଦେଶରୁ ବାହାର କରିବା।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର: ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ୪୦୦ ସାଧୁସନ୍ଥ

ଇସ୍କନର ଚଟଗାଁ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ଏହି ହିଂସା ଆହୁରି ବଢ଼ିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ହିଂସା ପାଇଁ ଶେଖ ହସିନା ସରକାରଙ୍କୁ ଦାୟୀ କରିଛନ୍ତି ଏବଂ ପାକିସ୍ତାନ ପ୍ରତି ସରକାରଙ୍କ ସକାରାତ୍ମକ ମନୋଭାବ ବାଂଲାଦେଶର ଐତିହାସିକ ନେତା ତଥା ସେମାନଙ୍କ ଅବଦାନକୁ ଅପମାନ କରୁଛି ବୋଲି  ହସିନା ଅଭିଯୋଗ କରିଛନ୍ତି।

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଏବଂ ତାଙ୍କ ଅବଦାନ ସହ ଜଡିତ ଜାତୀୟ ଛୁଟିଦିନକୁ ବାତିଲ କରିବା ବର୍ତ୍ତମାନର ସରକାରଙ୍କ ମନୋଭାବକୁ ଦର୍ଶାଉଛି ବୋଲି ସେ ଉଦାହରଣ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ତ୍ରିରଙ୍ଗା ବାହାର କରି ଗୈରିକ ପତାକା ଉଡ଼ାଇଲେ ବିଜେପି ବିଧାୟକ: ଭିଡ଼ିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe