ଲଣ୍ଡନ : ବାଇପାସ୍ ସର୍ଜରି ପରେ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଲୋକପ୍ରିୟ ଭାଷ୍ୟକାର ଜେଫ୍ରି ବୟକଟଙ୍କ ସ୍ୱ୍ୟାସ୍ଥାବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି। ୭୭ ବର୍ଷୀୟ ବୟକଟଙ୍କର ଲିଡ୍ସର ଏକ ଡାକ୍ତରଖାନାରେ ଗତ ମାସ ୨୭ ତାରିଖରେ ହାର୍ଟ ବାଇପାସ୍ ସର୍ଜରି ହୋଇଥିଲା। ଏଥିଲାଗି ସେ ୧୦ ଦିନ ଧରି ଆଇସିୟୁରେ ରହିଥିଲେ। ହେଲେ ଏବେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ଇଂଲଣ୍ଡ-ଭାରତ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ବେଳକୁ ସେ ଭାଷ୍ୟକାର ଭାବେ ଫେରିବାର ଆଶା ରହିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ବଏବଟ୍ ୧୯୬୪ରୁ ୧୯୮୨ ମଧ୍ୟରେ ଇଂଲଣ୍ଡ ପକ୍ଷରୁ ୧୦୮ ଟେଷ୍ଟ ଖେଳି ୨୨ ଶତକ ସହ ୮,୧୧୪ ରନ୍ କରିଥିଲେ। କ୍ରିକେଟରୁ ଅବସର ନେବା ପରେ ଜଣେ ଭାଷ୍ୟକାର ଭାବରେ ମଧ୍ୟ ବଏକଟ୍ ଢେର ପ୍ରସିଦ୍ଧି ଲାଭ କରିଥିଲେ।
ସୁଧୁରୁଛି ବୟକଟ୍ଙ୍କ ସ୍ୱାସ୍ଥ୍ୟାବସ୍ଥା
Advertisment
Follow Us