ଇସ୍ରାଏଲ୍‌ରେ ରକେଟ୍‌ ଆକ୍ରମଣ: ବିମାନ ଛାଡ଼ି ଭୂଇଁରେ ଶୋଇବାକୁ ବାଧ୍ୟ ହେଲେ ଜର୍ମାନ୍‌ ଚାନ୍‌ସେଲର୍‌

Advertisment
ଇସ୍ରାଏଲ୍‌ରେ ରକେଟ୍‌ ଆକ୍ରମଣ: ବିମାନ ଛାଡ଼ି ଭୂଇଁରେ ଶୋଇବାକୁ ବାଧ୍ୟ ହେଲେ ଜର୍ମାନ୍‌ ଚାନ୍‌ସେଲର୍‌

Image Courtesy of Times Now

ତେଲ୍ ଅଭିଭ୍‌: ତେଲ୍‌ ଅଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦର ଆଡ଼କୁ ରକେଟ୍‌ ନିକ୍ଷେପ କରାଯିବାରୁ ଜର୍ମାନ୍‌  ଓଲାଫ୍‌ ସୋଲ୍‌ଜ୍‌ସ୍‌ ଓ ତାଙ୍କ କର୍ମଚାରୀ ଏବଂ ଅନ୍ୟମାନେ ବିମାନରୁ ହାମୁଡ଼ାଇ ହାମୁଡ଼ାଇ ଓହ୍ଲାଇବା ପରେ ଭୂଇଁରେ ଶୋଇବାକୁ ବାଧ୍ୟ ହୋଇଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସୋଲ୍‌ଜ୍‌ସ୍‌ଙ୍କ ବିମାନ କାଇରୋ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଉପରୋକ୍ତ ଘଟଣା ଘଟିଥିଲା। ସେଠାରେ ଆଜି ସେ ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତାହ୍‌ ଏଲ୍‌-ସିସିଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା।

ଚାନ୍‌ସେଲର୍‌ ଓ ଅନ୍ୟ ଯାତ୍ରୀମାନେ ବିମାନରେ ନିଜ ନିଜ ଆସନରେ ବସି ସାରିବା ପରେ ପରେ ହଠାତ୍‌ ବିମାନ ଆକ୍ରମଣ ସତର୍କ ସୂଚନା ବାଜି ଉଠିଥିଲା। ତେଣୁ, ତୁରନ୍ତ ବିମାନରୁ ଓହ୍ଲାଇ ଯାଇ ଭୂଇଁରେ ଶୋଇ ରହିବାକୁ ସମସ୍ତଙ୍କୁ ନିର୍ଦେଶ ଦିଆଗଲା।

publive-image Image Courtesy of Israel National News

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଫଟୋ ଓ ଭିଡିଓରେ ଦେଖାଯାଉଛି ଜର୍ମାନ୍‌ ଚାନ୍‌ସେଲର୍‌ଙ୍କ ସହିତ ବିମାନ ଯାତ୍ରା କରୁଥିବା ସହଯୋଗୀ ଓ ସାମ୍ବାଦିକମାନେ ତୁରନ୍ତ ବିମାନ ଛାଡ଼ି ରନ୍‌ୱେ ଉପରେ ଶୋଇ ପଡୁଛନ୍ତି। କିନ୍ତୁ, ଚାନ୍‌ସେଲର୍‌ ସୋଲ୍‌ଜ୍‌ସ୍‌ଙ୍କୁ ତା’ପରେ ସେଠାରୁ ଗୋଟାଏ ଆଶ୍ରୟସ୍ଥଳକୁ ନିଆଯାଇଥିବା କଥା ରିପୋର୍ଟ ମିଳିଛି। ପରେ ପରେ ଅନ୍ୟମାନଙ୍କୁ ମଧ୍ୟ ବେନ୍‌ ଗୁରିଅନ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ‘ବୋମା ଆଶ୍ରୟସ୍ଥଳ’କୁ ନିଆଯାଇଥିଲା।

ଏହାର କିଛି ସମୟ ପରେ ଅତିରିକ୍ତ ସୁରକ୍ଷା ଯାଞ୍ଚ କରାଯାଇ ପୁଣି ସୋଲ୍‌ଜ୍‌ସ୍‌ ଓ ଅନ୍ୟମାନେ ସେ ବିମାନ ଚଢ଼ିଥିଲେ। ହମାସ୍‌ ଆତଙ୍କବାଦୀଙ୍କ ଅମାନୁଷିକ ଆକ୍ରମଣ ଘଟଣାରେ ଇସ୍ରାଏଲ୍‌କୁ ସମର୍ଥନ ଜଣାଇବା ଲାଗି ସୋଲ୍‌ଜ୍‌ସ୍‌ ମଙ୍ଗଳବାର ଦିନ ଇସ୍ରାଏଲ୍‌ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe