dw.com
ବର୍ଲିନ୍ : ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନ୍ରେ ଅଛନ୍ତି ବୋଲି ସ୍କୋଲଜଙ୍କ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିଭଳି ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଟେଷ୍ଟ ପରେ ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସଂପର୍କରେ ସେ ସୂଚନା ଦେଇଥିଲେ ମଧ୍ୟ ତାଙ୍କ ଠାରେ କରୋନାର ଲକ୍ଷଣ ରହିଛି କି ନାହିଁ ତାହା କହିନାହାନ୍ତି।
Follow Us