ରୁଷ୍‌ ଆକ୍ରମଣ କରିବା ବେଳେ ୟୁକ୍ରେନ୍‌ରେ ଥିଲେ ଜର୍ମାନ ଗୁପ୍ତଚର ମୁଖ୍ୟ; କେମିତି ଉଦ୍ଧାର ହେଲେ ସେ ?

Advertisment
ରୁଷ୍‌ ଆକ୍ରମଣ କରିବା ବେଳେ ୟୁକ୍ରେନ୍‌ରେ ଥିଲେ ଜର୍ମାନ ଗୁପ୍ତଚର ମୁଖ୍ୟ; କେମିତି ଉଦ୍ଧାର ହେଲେ ସେ ?

Image Courtesy of NDTV

ବର୍ଲିନ୍‌: ରୁଷ୍‌ ଆକ୍ରମଣ କରିବା ବେଳେ ଜର୍ମାନି ଆନ୍ତର୍ଜାତିକ ଗୁଇନ୍ଦା ସେବାର ମୁଖ୍ୟ ୟୁକ୍ରେନ୍‌ରେ ଥିଲେ। ହଠାତ୍‌ ୟୁକ୍ରେନ୍‌ ବିମାନ ଚଳାଚଳ ପାଇଁ ଆକାଶପଥ ବନ୍ଦ କରିଦେବାରୁ ଏକ ସ୍ବତନ୍ତ୍ର ସେନା ଦଳ ତାଙ୍କୁ କ୍ଳାନ୍ତିକର ଦୁଇଦିନିଆ ସଡ଼କ ପଥ ଯାତ୍ରାରେ ସ୍ବଦେଶକୁ ଅଣାଯାଇଥିଲା ବ‌ୋଲି ‘ଫୋକସ୍‌’ ପତ୍ରିକା ରିପୋର୍ଟ କରିଛି।

ଜର୍ମାନିର ‘ଫେଡେରାଲ୍‌ ଇଣ୍ଟେଲିଜେନ୍‌ସ୍‌ ସର୍ଭିସ୍‌’ (ବିଏନ୍‌ଡି) ସୁନିଶ୍ଚିତ କରି କହିଛି ଯେ, ଜରୁରୀ ଆଲୋଚନା ନିମନ୍ତେ ଆନ୍ତର୍ଜାତିକ ଗୁଇନ୍ଦା ସେବାର ମୁଖ୍ୟ ବ୍ରୁନୋ କାଲ୍‌ ବୁଧବାର ଦିନ ୟୁକ୍ରେନ୍‌ରେ ଥିଲେ। କିନ୍ତୁ, ଆକ୍ରମଣ ଆରମ୍ଭ ହୋଇଯିବାରୁ ତାଙ୍କର ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା।

ଶୁକ୍ରବାର ଦିନ ଜାରି କରିଥିବା ବିବୃତିରେ ‘ବିଏନ୍‌ଡି’ କହିଛି, ଯୁଦ୍ଧ ଆରମ୍ଭ ଏବଂ ୟୁକ୍ରେନ୍‌ର ଆକଶପଥ ବନ୍ଦ ଯୋଗୁଁ, ଫେରିବା ଲାଗି ଅଧ୍ୟକ୍ଷ ସଡ଼କ ପଥରେ ଧରିଥିଲେ। କିନ୍ତୁ, ତାଙ୍କୁ ଫେରାଇ ଆଣିଥିବା ସ୍ବତନ୍ତ୍ର ବଳର ଭୂମିକା ବିଷୟରେ ଉକ୍ତ ବିବୃତିରେ କିଛି କୁହାଯାଇନାହିଁ।

publive-image Image Courtesy of Wall Street Journal

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସେହି ରାସ୍ତା ଦେଇ ଶରଣାର୍ଥୀମାନଙ୍କ ଧାଡ଼ି ଛୁଟିଥିବାରୁ ଅଧ୍ୟକ୍ଷଙ୍କ ଯାତ୍ରା ଥିଲା କଠିନ ଓ ଦୀର୍ଘ। ସେ ୟୁରୋପୀୟ ସଂଘକୁ ଫେରିଆସିଛନ୍ତି। ଆଜି ବର୍ଲିନ୍‌ରେ ପହଞ୍ଚିଯିବେ ବୋଲି ଆଶା।

କୌଣସି ଏକ ସୂତ୍ରରୁ ଉଦ୍ଧାର କରି ‘ବାଇଲ୍‌’ ସମ୍ବାଦପତ୍ର କହିଛି ଯେ, ବ୍ୟକ୍ତିଗତ ଭାବେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ପାଇଁ କାଲ୍‌ ୟୁକ୍ରେନ୍‌ ଯାଇଥିଲେ। ଗୁପ୍ତଚର ଅ‌ପେକ୍ଷା ଜଣେ ପୂର୍ବତନ ରାଜ‌ନୀତିଜ୍ଞଭାବେ ସୁପରିଚିତ କାଲ୍‌ ଜର୍ମାନ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତର କରାଯିବା ବେଳେ ଆସିଥାଆନ୍ତେ। କିନ୍ତୁ, ସେତେବେଳେ ସେ ସେଠାରେ ପହଞ୍ଚି ପାରି ନ ଥିଲେ। ସମ୍ପ୍ରତି ସେ ପୋଲାଣ୍ଡ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe