photo-youtube
ବର୍ଲିନ: ଅଳସୁଆ ଲୋକଙ୍କୁ ହିରୋ ଭାବେ ଅଭିହିତ କଲା ଜର୍ମାନୀ | ଜର୍ମାନ ସରକାର ଏକ ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କରୋନା ଭାଇରସ୍ ବିରୋଧରେ ଲଢେଇରେ ଅଳସୁଆ ଲୋକଙ୍କୁ 'ହିରୋ' ଭାବେ ଉପସ୍ଥାପିତ କରାଯାଇଛି | ଜର୍ମାନୀ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ୯୦ ସେକେଣ୍ଡର ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି କହୁଛନ୍ତି ଯେ ସେ ୨୦୨୦ ମସିହାରେ କିପରି ନିଜ ଦେଶର ସେବା କରିଥିଲେ | ଏହି ବ୍ୟକ୍ତି କହିଛନ୍ତି ଯେ 'ହଠାତ୍ ଏହି ଦେଶର ଭାଗ୍ୟ ଆମ ହାତକୁ ଆସିଲା।
ତା’ପରେ ଆମେ ସାହସ ସଂଗ୍ରହ କରି ଆମଠାରୁ ଯାହା ଆଶା କରାଯାଉଥିଲା ଏବଂ ଯାହା ଠିକ୍ ତାହା କରିଥିଲୁ | ତାହା ହେଉଛି, ଆମେ କିଛି କରିନାହୁଁ'। ବ୍ୟକ୍ତି ଜଣକ ଆହୁରି କୁହନ୍ତି,“ ଦିନରାତି ଆମେ ଘରେ ରହି କରୋନା ଭୂତାଣୁ ସହିତ ଲଢେଇ କରୁଛୁ । ସୋଫା ଓ ଆମର ଧୈର୍ଯ୍ୟ ହିଁ ଆମର ଅସ୍ତ୍ର ଥିଲା '|
ଏହି ବିଜ୍ଞାପନ ଶେଷରେ ସରକାରଙ୍କ ତରଫରୁ ଏକ ବାର୍ତ୍ତା ଦିଆଯାଇଛି ଯେ, 'ଆପଣ ଘରେ ରହି ହିରୋ ହୋଇପାରିବେ।' କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ନଭେମ୍ବର ମାସରୁ ଜର୍ମାନୀ ସରକାର ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ରେଷ୍ଟୁରାଣ୍ଟ, ବାର୍ ଏବଂ ଜିମ୍ ଗୁଡିକ ଏଠାରେ ବନ୍ଦ କରାଯାଇଛି ଏବଂ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି |
Follow Us