A dose of the Covid-19 vaccination from BioNTech and Pfizer in Mainz, Germany.
ଇନ୍ଦୋର: କୋଭିଡ-୧୯ ବିରୋଧରେ ଗତ ସୋମବାରରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ କରୋନା ଭ୍ୟାକସିନ ନେଉଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଉଛି। ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ତଥା କମ୍ପାନି ପକ୍ଷରୁ ଦିଆଯାଉଥିବା ଉପହାର ମଧ୍ୟରେ ବସ ଟିକେଟ ଠାରୁ ଆରମ୍ଭ କରି ଫ୍ରିଜ ପର୍ଯ୍ୟନ୍ତ ସାମିଲ ରହିଛି।
ପ୍ରାଇମ ରୁଟ ବସ ମାଲିକ ଆସୋସିଏସନର ଅଧ୍ୟକ୍ଷ ଗୋବିନ୍ଦ ଶର୍ମାଙ୍କ କହିବାନୁସାରେ, ଆମେ ସହରର ନୱଲଖା ବସ ଷ୍ଟାଣ୍ଡରେ ତିଆରି ହୋଇଥିବା କରୋନା ଟିକା କେନ୍ଦ୍ରରେ ଟିକା ନେଉଥିବା ଲୋକଙ୍କୁ ଗୋଟିଏ ଦିନର ମାଗଣା ବସ ଯାତ୍ରାର ଟିକେଟ ଉପହାର ଦେଉଛୁ। କୋଭିଡ-୧୯ ମହାମାରୀ ହେତୁ ଆମେ ବହୁତ ଅସୁବିଧାର ସାମ୍ନା କରିଛୁ। ତେବେ ଏଭଳି ସମୟରେ ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ କି ଟିକା କରଣ ଅଭିଯାନ ସଫଳ ହେଉ। ଆଉ ଏହି ମହାମାରୀ ଯେତେ ଶୀଘ୍ର ହୋଇପାରୁଛି ଶେଷ ହେଉ।
ସେହିପରି ସପିଂ ମଲରେ ହୋଇଥିବା ଟିକା କରଣ କେନ୍ଦ୍ରରେ ଲୋକମାନଙ୍କୁ ଟିକା ନେଇ ସାରିବା ପରେ ସେଲଫି ଷ୍ଟିକ ସମେତ ଅନ୍ୟାନ୍ୟ ଉପହାର ପ୍ରଦାନ କରାଯାଉଛି।
Follow Us