'get me Marry in Pakistan...', Pakistani intelligence officer-Jyoti's WhatsApp chat goes viral Photograph: (sambad.in)
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ହିସାରର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ଅଧିକ ସୂଚନା ମିଳିଛି। ଜ୍ୟୋତି ଏବଂ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ମଧ୍ୟରେ ଏକ ହ୍ୱାଟସଆପ୍ ଚାଟ୍ ସାମ୍ନାକୁ ଆସିଛି।
ଏଥିରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଅଲି ହାସନ ଜ୍ୟୋତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମୋ ହୃଦୟର ସହିତ ସବୁବେଳେ ମୁଁ ପ୍ରାର୍ଥନା କରେ ଯେ ତୁମେ ଖୁସିରେ ରୁହ। ତୁମେ ସବୁବେଳେ ହସଖୁସିରେ ରୁହ। ତୁମ ଜୀବନରେ କେବେ ଦୁଃଖ ନଆସୁ। ଏହା ପରେ ଜ୍ୟୋତି ଅଲି ହାସନଙ୍କୁ ଏକ ହସିବା ଇମୋଜି ପଠାଇ ପାକିସ୍ତାନରେ ବିବାହ କରିବାକୁ ଅନୁରୋଧ କରିଥିଲେ।
ଏତି ମଧ୍ୟରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ମଙ୍ଗଳବାର ଜ୍ୟୋତିଙ୍କୁ ପଠାନକୋଟ ନେଇଯାଇଥିଲେ। ଏଜେନ୍ସିଗୁଡ଼ିକ ତାଙ୍କର ପଠାଣକୋଟ ଗସ୍ତକୁ ସନ୍ଦେହଜନକ ବୋଲି ବିବେଚନା କରିଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ, ସେ ସେନା କ୍ୟାଣ୍ଟନମେଣ୍ଟ ଏବଂ ଏୟାରବେସ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ। ଅପରେସନ ସିନ୍ଦୂର ପରେ, ପାକିସ୍ତାନ ସେନା ପଠାନକୋଟରେ ଥିବା ସେନା କ୍ୟାଣ୍ଟନମେଣ୍ଟ ଏବଂ ଏୟାରବେସ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ୨୦୧୬ରେ ମଧ୍ୟ ସେଠାରେ ଏକ ଆକ୍ରମଣ ହୋଇଥିଲା।
ଗୁପ୍ତଚର ଅଭିଯୋଗରେ ଧରାପଡ଼ିଥିବା ଜ୍ୟୋତି ମାଲହୋତ୍ରା ମଧ୍ୟ ଇନ୍ଦୋର ଆସିଛନ୍ତି। ଏପରି ପରିସ୍ଥିତିରେ, ଏଠାକାର ଧାର୍ମିକ ସ୍ଥଳ ସମ୍ପର୍କିତ ସୂଚନା ଲିକ୍ ହେବାର ଆଶଙ୍କା ରହିଛି। ତଦନ୍ତରୁ ଜଣାପଡିଛି ଯେ, ଜ୍ୟୋତି ଅଶୋକା ଗ୍ରୁପ୍ ବସ୍ ଯୋଗେ ଇନ୍ଦୋରରୁ ଦିଲ୍ଲୀ ଯାଇଥିଲେ।
ଏହି ସମୟ ମଧ୍ୟରେ ସେ ଏହି ବସ୍ର ପ୍ରଚାର ମଧ୍ୟ କରିଥିଲେ। ଏହି ଯାତ୍ରା ସମୟରେ, ଜ୍ୟୋତି ଉଜ୍ଜୟନୀ, ନୀମୁଚ, ଚିତ୍ତୋରଗଡ଼ ଭଳି ସହରଗୁଡ଼ିକର ମଧ୍ୟ ଉଲ୍ଲେଖ କରିଥିଲେ। ବର୍ତ୍ତମାନ, ଇନ୍ଦୋର ପୁଲିସଠାରୁ ମିଳିଥିବା ସୂଚନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହ ସେୟାର କରାଯାଇଛି।
ଜ୍ୟୋତିଙ୍କୁ ପଚରାଉଚରା ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ସୂଚନା ଅନୁଯାୟୀ, ଅପରେସନ ସିନ୍ଦୂର ପରେ, ସେ ପାକିସ୍ତାନୀ ଦୂତାବାସର ଜଣେ ଅଧିକାରୀ ଦାନିଶଙ୍କ ସହ କଥା ହୋଇଥିଲେ। ପ୍ରଶାସନ ଦ୍ୱାରା ଲୋକଙ୍କୁ ସଚେତନ ଯାଇଥିବା ସାଇରନ ଶବ୍ଦ ଏବଂ ବ୍ଲାକଆଉଟ୍ ବାର୍ତ୍ତା ମଧ୍ୟ ଜ୍ୟୋତି ସେୟାର କରିଥିଲେ।
ଅଧିକ ପଢ଼ନ୍ତୁ: ମିଷ୍ଟର 'ଏକ୍ସ' ନୁହେଁ, ମ୍ୟାଡାମ 'ଏକ୍ସ'ଙ୍କ ଖେଳ ପାଲଟିଛି କାଳ: ହନି ଟ୍ରାପ୍ ପଛରେ ଆଇଏସଆଇର ଷଡ଼ଯନ୍ତ୍ର
କିନ୍ତୁ ଏହା ପରେ ଚାଟ୍ ଡିଲିଟ୍ କରାଯାଇଥିଲା। ଏହା ବ୍ୟତୀତ ଜ୍ୟୋତି ସ୍ୱର୍ଣ୍ଣ ମନ୍ଦିର ଏବଂ କଶ୍ମୀରର କେତେକ ବଛାବଛା ପର୍ଯ୍ୟଟନ ସ୍ଥଳୀର ଫଟୋ ଏବଂ ଭିଡିଓଗୁଡ଼ିକୁ ହ୍ୱାଟସଆପ୍ ଏବଂ ଟେଲିଗ୍ରାମ ଭଳି ଏନକ୍ରିପ୍ଟେଡ୍ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ପଠାଇଥିଲେ।
ସୂଚନାଯୋଗ୍ୟ, ସୁରକ୍ଷା ଏଜେନ୍ସିଗୁଡ଼ିକ ଗତ ୩ ଦିନ ଧରି ଜ୍ୟୋତିଙ୍କୁ ପଚରାଉଚରା କରୁଛନ୍ତି। ତାଙ୍କର ରିମାଣ୍ଡ ମେ’ ୨୨ରେ ଶେଷ ହେବ। ତା’ପରେ ତାଙ୍କୁ ହିସାର କୋର୍ଟରେ ହାଜର କରାଯିବ।
ଅଧିକ ପଢ଼ନ୍ତୁ: ସିନ୍ଧ୍ ପ୍ରଦେଶରେ ପାଣିକୁ ନେଇ ହିଂସା: ଗୃହମନ୍ତ୍ରୀଙ୍କ ଘର ପୋଡ଼ିଲେ ଲୋକେ
youtuber-jyoti-malhotra | pakistan-spy | whatsapp-chat | leaked
Follow Us