ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଏଥର ସମସ୍ତଙ୍କ ସ୍ଲୋଗାନ୍‌ - ‘ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ’

Advertisment
କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ: ପରାଜୟ ମାନିଲେ ଟ୍ରମ୍ପ୍‌

Image Courtesy of OneIndia

ୱାସିଂଟନ୍: ନଭେମ୍ବର ୩ ତାରିଖ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଚାଲିଥିବା ‘ରାଲି’ ବା ପ୍ରଚାର ଶୋଭାଯାତ୍ରା ଓ ସଭାରେ ଏଥର ସମସ୍ତଙ୍କ ସ୍ଲୋଗାନ୍‌ ହେଉଛି- ‘ଗେଟ୍‌ ଆଉଟ୍‌ ଟୁ ଭୋଟ୍‌’ (ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ)। ସେ ଟ୍ରମ୍ପ୍‌ ହୁଅନ୍ତୁ କି, ତାଙ୍କ ପ୍ରତିଦ୍ବନ୍ଦ୍ବୀ ବାଇଡେନ୍‌ ହୁଅନ୍ତୁ, ସମସ୍ତେ ଏହି ସାଧାରଣ ‘ସ୍ଲୋଗାନ୍‌କୁ’ ଭିତ୍ତିକରି ପ୍ରଚାର ଚଳାଇଛନ୍ତି।

ବୁଧବାର ଦିନ ଏରିଜୋନାର ବୁଲ୍‌ହେଡ୍‌ ସହରରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ କହିଲେ, ଯାହା ବି କରନ୍ତୁ, ଭୋଟ୍ ଦେବା ଲାଗି ଆପଣମାନଙ୍କୁ ବାହାରିବାକୁ ପଡ଼ିବ। ସେହିଭଳି ଏ ସପ୍ତାହରେ ୱିସ୍‌କନ୍‌ସିନ୍‌ରେ ଅନ୍ୟ ଏକ ନିର୍ବାଚନୀ ରାଲିରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଲେ, ବାହାରି ଆସି ଭୋଟ୍‌ ଦିଅନ୍ତୁ। ସାଙ୍ଗସାଥୀମାନଙ୍କୁ, ପରିବାରକୁ, ପଡ଼ୋଶୀଙ୍କୁ, ସତୀର୍ଥଙ୍କୁ ସାଙ୍ଗରେ ଆଣନ୍ତୁ। ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ। ବୋଧହୁଏ ଏହା ହେଉଛି ଆମ୍ଭମାନଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ।

publive-image Image Courtesy of OneIndia

ଗୁରୁବାର ଦିନ ଫ୍ଲୋରିଡାର ଟାମ୍ପାରେ ମଧ୍ୟ ୭୪ ବର୍ଷିୟ ଟ୍ରମ୍ପ୍‌ କହିଲେ, ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ। ଏ ସପ୍ତାହରେ ପେନ୍‌ସିଲ୍‌ଭାନିଆରେ ତାଙ୍କର ସର୍ବପ୍ରଥମ ନିର୍ବାଚନ ପ୍ରଚାର ଭାଷଣରେ ‘ଫାଷ୍ଟ୍‌ ଲେଡି’ ମେଲାନିଆ ଟ୍ରମ୍ପ୍‌ ମଧ୍ୟ ‘ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ’ ବୋଲି ଭୋଟର୍‌ମାନଙ୍କୁ ନିବେଦନ କରିଥିଲେ।

ପୂର୍ବତନ ଉପରାଷ୍ଟ୍ରପତି ୭୭ ବର୍ଷିୟ ବାଇଡେନ୍‌ ମଧ୍ୟ ଭୋଟର୍‌ମାନଙ୍କୁ ସେହି ଏକା ନିବେଦନ କରୁଛନ୍ତି। କରୋନାଭାଇରସ୍ ଯୋଗୁଁ କଟକଣାରେ ଚାଲିଥିବା ନିର୍ବାଚନୀ ସଭା ଓ ଡ୍ରାଇଭ୍‌-ଇନ୍ କାର୍‌ ରାଲିରେ ସେ ମଧ୍ୟ କହୁଛନ୍ତି, ଭୋଟ୍‌ ଦେବାକୁ ବାହାରି ପଡ଼ନ୍ତୁ। ପେନ୍‌ସିଲ୍‌ଭାନିଆରେ ଏକ ନିର୍ବାଚନ ରାଲିରେ ସେ କହିଲେ, ଦୟାକରି ଭୋଟ୍‌ ଦିଅନ୍ତୁ। ଭୋଟ୍ ଦେବାକୁ ବାହାରି ପଡ଼ନ୍ତୁ। ‘ଆଇ ଉଇଲ୍ ଭୋଟ୍‌.କମ୍/ପିଏ’ ଦେଖନ୍ତୁ। ଯଥାଶୀଘ୍ର ସମ୍ଭବ ବାଲଟ୍‌ ଫେରସ୍ତ କରନ୍ତୁ। ଆପଣ ଜାଣିଥିବା ସମସ୍ତେ ବାଲଟ୍‌ ଫେରସ୍ତ କରିଛନ୍ତି ବ‌ୋଲି ସୁନିଶ୍ଚିତ ହୁଅନ୍ତୁ। ବହୁସଂଖ୍ୟାରେ ଭୋଟ୍‌ ନ ଦେଲେ, କିଛି ପରିବର୍ତ୍ତନ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe