ବିମାନରେ ମଶା ଦାଉରୁ ଆଶ୍ବସ୍ତି ମିଳିବ

Advertisment

ବିଶେଷଜ୍ଞ କମିଟି ସୁପାରିସ ଗ୍ରହଣ କଲେ ସରକାର, ଲାଗୁ କରିବାକୁ କହିଲେ ସୁପ୍ରିମକୋର୍ଟ

ବିଶେଷଜ୍ଞ କମିଟି ସୁପାରିସ ଗ୍ରହଣ କଲେ ସରକାର, ଲାଗୁ କରିବାକୁ କହିଲେ ସୁପ୍ରିମକୋର୍ଟ

୨୦୨୨ରେ ଦୁଇ ଗୁଣା ଅଧିକ ପାଇଲଟ୍‌ ନିଲମ୍ବିତ

DNA India

ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କୁ ମଶା ଦାଉରୁ ଖୁବ୍‌ଶୀଘ୍ର ଆଶ୍ବସ୍ତି ମିଳିବ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ପ୍ରସଙ୍ଗକୁ ନେଇ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ‌ସେଗୁଡ଼ିକୁ ଶୀଘ୍ର ଲାଗୁ କରିବା ଲାଗି ସରକାରଙ୍କୁ ସୁପ୍ରିମ୍‌କୋର୍ଟ କହିଛନ୍ତି।

ଯାତ୍ରୀବାହୀ ବିମାନରେ ମଶା ଓ ମାଛି ସମସ୍ୟାର ମୁକାବିଲା କରିବା ସମ୍ପର୍କିତ ଏକ ମାମଲା ସୁପ୍ରିମ୍‌କୋର୍ଟରେ ରୁଜୁ ହୋଇଥିଲା। ୨୦୧୯ରେ ତାହାର ଶୁଣାଣି କରି ଏକ ବିଶେଷଜ୍ଞ କମିଟି ଗଠନ କରି ମଶା ଉତ୍ପାତର କାରଣ ଖୋଜିବା ଏବଂ ନିରାକରଣ ବିଷୟରେ ଜଣାଇବାକୁ ସରକାରଙ୍କୁ କୋର୍ଟ କହିଥିଲେ। ଏଥିପାଇଁ ଗଠନ କରାଯାଇଥିବା ଛଅ ଜଣିଆ କମିଟିର ସମସ୍ତ ନଅ ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ସବୁ ସୁପାରିସକୁ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟ ଭଟ୍ଟି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ପି ଏସ୍‌ ନରସିଂହ ଓ ଜେ ବି ପାର୍ଦିୱାଲାଙ୍କ ଖଣ୍ଡପୀଠକୁ ଜଣାଇଛନ୍ତି।

ବିମାନ ଉଡ଼ାଣ ହେବାକୁ ଥିବା ସ୍ଥାନରେ ପ୍ରଚଳିତ ନିୟମ ଅନୁସାରେ ଜୀବାଣୁନାଶକ ବ୍ୟବସ୍ଥା ଗ୍ରହଣ କରିବା, ଏୟାରକ୍ରାଫ୍ଟ ବେ’ ଅଞ୍ଚଳରେ ମଶା ବଂଶ ବୃଦ୍ଧି ରୋକିବାକୁ ପଦକ୍ଷେପ ନେବା, କ୍ରୁ ସଦସ୍ୟମାନଙ୍କ ସ୍ବାସ୍ଥ୍ୟକୁ ନିୟମିତ ଯାଞ୍ଚ କରିବା, ଜୀବାଣୁ ନାଶକ ପଦକ୍ଷେପର ଯଦି କୌଣସି କୁପ୍ରଭାବ ଯାତ୍ରୀ ଓ କ୍ରୁ’ ସଦସ୍ୟଙ୍କ ଉପରେ ପଡ଼ୁଥାଏ ତାହା ଜଣାଇବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe