Image Courtesy of HT
ପୁଣେ: ତତ୍କାଳ ବର୍ଗରେ ଆସୁଥିବା ପାସ୍ପୋର୍ଟ ଆବେଦନ ପାଇଁ ଆଉ ତଥାକଥିତ କ୍ଲାସ୍ ଓ୍ଵାନ୍ ଅଫିସର୍ଙ୍କ ଅନୁମୋଦନ ଆବଶ୍ୟକ ହେବନାହିଁ। ଜରୁରୀ ଭିତ୍ତିରେ ପାସ୍ପୋର୍ଟ ପାଇଁ ବହୁ ଆବେଦନ ପତ୍ର ଆସୁଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏଥିପାଇଁ କ୍ଲାସ୍ ଓ୍ଵାନ୍ ଅଫିସରଙ୍କ ଅନୁମୋଦକୁ ଉଚ୍ଛେଦ କରିବାକୁ ସ୍ଥିର କରିଛି। ଫଳରେ ଆବେଦନକାରୀ ସହଜରେ ପାସ୍ପୋର୍ଟ ପାଇ ପାରିବେ।
୨୦୧୮ ମସିହା ଜାନୁଆରି ୨୫ ତାରିଖ ଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ‘ଆନେକ୍ସର୍ ଏଫ୍’ରେ ରଖାଯାଇଥିବା ଏହି ବ୍ୟବସ୍ଥା ଆଉ ଦରକାର ହେବ ନାହିଁ।
ପୁଣେସ୍ଥିତ ଆଇଇଏସ୍ର ଆଞ୍ଚଳିକ ପାସ୍ପୋର୍ଟ କାର୍ଯ୍ୟାଳୟର ଜେଡି ବୈଶ୍ୟମ୍ପାୟାନ୍ କହିଛନ୍ତି: ଏଣିକି ତତ୍କାଳ ପାସ୍ପୋର୍ଟ ପାଇଁ ଆଉ କ୍ଲାସ୍ ଓ୍ଵାନ୍ ଅଫିସରଙ୍କ ତନଖି ଆବଶ୍ୟକ ହେବ ନାହିଁ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଭାରତୀୟ ଦରିଆପାରି ବ୍ୟାପାରର ସଚିବ ମୁଲେ କହିଛନ୍ତି: ଭାରତ ସରକାରଙ୍କର ତା’ର ନାଗରିକମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରୁଛି ବୋଲି ଜଣାଇବାକୁ ଆମେ ଏହି ପଦକ୍ଷେପ ନେଇଛୁ।
Follow Us