ବିଜେପିକୁ ଲାଗିପାରେ ବଡ଼ ଝଟକା: ବିଜେପି ଛାଡ଼ି ପୁଣି ଥରେ ଟିଏମସି ହାତ ଧରିବେ ଅର୍ଜୁନ ସିଂହ !

ବିଜେପିକୁ ଲାଗିପାରେ ବଡ଼ ଝଟକା: ବିଜେପି ଛାଡ଼ି ପୁଣି ଥରେ ଟିଏମସି ହାତ ଧରିବେ ଅର୍ଜୁନ ସିଂହ !

indiatoday

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଅନେକ ବିଜେପି ନେତା ଟିଏମସିରେ ଯୋଗ ଦେଇଛନ୍ତି। ଦଳରୁ ବିଜେପି ନେତାଙ୍କ ଇସ୍ତଫା ଏବେ ବି ଜାରି ରହିଛି। ଏବେ ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂଙ୍କ ବିଜେପି ହାତ ଛାଡ଼ି ପୁଣି ଥରେ ଟିଏମସି ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ, ସଂଗଠନରେ ଜଣେ ବରିଷ୍ଠ ପଦବୀ ପାଇ ମଧ୍ୟ ତାଙ୍କୁ ଠିକ୍ ଭାବରେ କାମ କରିବାକୁ ଅନୁମତି ଦିଆଯାଉନାହିଁ। ଏଥିସହ ସେ ରାଜ୍ୟରେ ବିଜେପି ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ସେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗଦେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏମଧ୍ୟରେ ଆଜି ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିଛନ୍ତି ଅର୍ଜୁନ ସିଂହ।

ଟିଏମସିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରୁ ସିଂହଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଛି ଏବଂ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ଅର୍ଜୁନ ସିଂହ। ତାଙ୍କୁ ବିଜେପିର ଉପାଧ୍ୟକ୍ଷ କରାଯାଇଥିଲେ ବି ଉପାଧ୍ୟକ୍ଷ ଭାବେ ତାଙ୍କୁ କାମ କରିବାର ସୁଯୋଗ ମିଳୁନଥିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜଣାଇଥିଲେ ଅର୍ଜୁନ ସିଂହ। ହେଲେ ଶାହ କୌଣସି ପଦକ୍ଷପ ନନେବାରୁ ଅର୍ଜୁନ ସିଂହ ଏବେ ଦଦଳ ଛାଡ଼ିବାକୁ ଯୋଜନା କରୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe