ଚାମ୍ବରରେ ଥିବା ‌ବେଳେ ଓକିଲଙ୍କୁ ଗୁଳି କରି ହତ୍ୟା କଲେ ୨ ଅଜଣା ବ୍ୟକ୍ତି

Advertisment
ଚାମ୍ବରରେ ଥିବା ‌ବେଳେ ଓକିଲଙ୍କୁ ଗୁଳି କରି ହତ୍ୟା କଲେ ୨ ଅଜଣା ବ୍ୟକ୍ତି

Telegraph India

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଓକଲି ତାଙ୍କ ଚାମ୍ବରରେ ବସିଥିବା ବେଳେ ୨ ଜଣ ଅଜଣା ବ୍ୟକ୍ତି ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ହେଉଛି ବୁଧବାର ଅପରାହ୍ନର।

ପୁଲିସ ପ୍ରଦାନ କରିଥିବା ସୂଚନା ଅନୁସାରେ, ଓକିଲ ମନୋଜ ଚୌଧୁରୀ ତାଙ୍କ ଚାମ୍ବରରେ ବସି ଖାଦ୍ୟ ଖାଉଥିଲେ। ସେତେବେଳେ ଦୁଇଜଣ ଅଜଣା ଆକ୍ରମଣକାରୀ ହଠାତ୍‌ ସେଠାକୁ ଯାଇ ତାଙ୍କୁ ଆକ୍ରମଣ କରି ପଳାଇ ଯାଇଥିଲେ। ଓକିଲଙ୍କ ଚାମ୍ବରରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଏହି ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଛି।

ଏହି ଘଟଣାକୁ ନେଇ ସିଂଘିଣି ଗେଟ୍ ପୁଲିସ୍ ଷ୍ଟେସନର ଅଧିକାରୀମାନେ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତଦନ୍ତ ଆରମ୍ଭ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ଫୁଟେଜ୍ ଯାଞ୍ଚ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଉକ୍ତ ସ୍ଥାନକୁ ଫରେନସିକ୍ ବିଶେଷଜ୍ଞଙ୍କ ଏକ ଦଳ ମଧ୍ୟ ଡକାଯାଇଥିଲା।

ଏହି ଘଟଣା ସଂପର୍କରେ ଗାଜିଆବାଦ ସହରର ଡେପୁଟି କମିନର ନିପୁନ ଅଗ୍ରୱାଲ କହିଛନ୍ତି, “ଆଜି ଅପରାହ୍ନ ପ୍ରାୟ ୦୨.୧୫  ଟା ବେଳେ ସିଂଘିଣି ଗେଟ୍ ପୁଲିସ୍ ଷ୍ଟେସନକୁ ସୂଚନା ମିଳିଛି ଯେ ଓକିଲ ମନୋଜ ଚୌଧୁରୀ ତାଙ୍କ ଚାମ୍ବରରେ ଥିଲେ। ସେହି ସମୟରେ ୨ ଅଜଣା ବ୍ୟକ୍ତି ଆସି ତାଙ୍କୁ ଆକ୍ରମଣ କରି ତାଙ୍କର ହତ୍ୟା କରିଛନ୍ତି।’’ ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ୍‌ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe