ଶ୍ମଶାନ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଶ୍ମଶାନ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Jansatta

ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗାଜିଆବାଦରେ  ଥିବା ଏକ ଶ୍ମଶାନର ଛାତ ଭୁଶୁଡ଼ିପଡ଼ିବାରୁ ଅନେକ ଲୋକ ମୃତହାତ ହୋଇଛନ୍ତି। ଘଟଣା ପରେ ପ୍ରଥମେ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଏହି ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଛି। ଏହା ସହ ୩୮ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ସହ ମୃତ୍ୟୁକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରୁଛି ପୁଲିସ। ତେବେ ଏହି ଘଟଣା ପରେ ଘଟଣା ସଂପର୍କରେ ସବିଶେଷ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରିଲିଫ୍ ଅପରେସନ୍ ଏବଂ ଘଟଣାର ରିପୋର୍ଟ ଦାଖଲ କରିବାକୁ ମୁଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସୂଚନା ମୁତାବକ, ଆଜି ସକାଳେ ମୁରାଦନଗରର ଶ୍ମଶାନକୁ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ। ଲଗାଣ ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଠିଆ ହୋଇଥିବା ବେଳେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା। ପୁଲିସ  ଏବଂ ଏନଡିଆରଏଫ ଟିମ୍ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିବା ସହ ଏ ପର୍ଯ୍ୟନ୍ତ ୧୮ଜଣଙ୍କର ମୃତଦେହ ଉଦ୍ଧାର କରିସାରିଛନ୍ତି। ଏବେ ଫସି ରହିଥିବା ଅନ୍ୟ ଲୋକଙ୍କୁ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe