ନୂଆଦିଲ୍ଲୀ: ଗୁଳି ମାରି ପ୍ରାୟ ୪୦ ରୁଷୀୟ ଲଢୁଆ ବିମାନ ଖସାଇଥିବା ‘ଘୋଷ୍ଟ୍ ଅଫ୍ କିବ୍’ (କିବ୍ର ଅଶରୀରୀ) ନାଁରେ ସୁପରିଚିତ ଜଣେ ୟୁକ୍ରେନୀୟ ପାଇଲଟ୍ ଗତ ମାସରେ ନିହତ ହୋଇଥିବା କଥା ‘ଦି ଟାଇମ୍ସ୍’ ରିପୋର୍ଟ କରିଛି।
ମୃତ୍ୟୁ ପରେ ଏହି ରହସ୍ୟମୟ ପାଇଲଟ୍ଙ୍କର ପରିଚୟ ମିଳିଥିଲା। ସେ ଥିଲେ ୨୯ ବର୍ଷିୟ ମେଜର୍ ଷ୍ଟିପାନ୍ ତାରାବଲ୍କା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାର୍ଚ ୧୩ ତାରିଖ ଦିନ ଗୋଟାଏ ମିଗ୍-୨୯ ବିମାନ ଚଳାଇ ଲଢ଼େଇ କରୁଥିବା ବେଳେ ସେହି ବିମାନଟିକୁ ଗୁଳି ମାରି ଖସାଇ ଦିଆଯାଇଥିଲା।
Image Courtesy of India Todayଯୁଦ୍ଧର ପ୍ରଥମ ଦିନରେ ସେ ୬ଟି ରୁଷୀୟ ବିମାନକୁ ଗୁଳି ମାରି ଖସାଇଥିବାରୁ ୟୁକ୍ରେନୀୟ ସରକାର ତାଙ୍କୁ ‘ଗାର୍ଡିଆନ୍ ଏଞ୍ଜେଲ୍’ କହି ପ୍ରଶଂସା କରିଥିଲେ। ସେତେବେଳେ ମଧ୍ୟ ତାଙ୍କ ପରିଚୟ ଗୁପ୍ତ ରଖାଯାଇଥିଲା। ସମ୍ଭବତଃ, ବାୟୁସେନାର ଗୋପନୀୟତା ନିୟମ ଦୃଷ୍ଟିରୁ ଏଭଳି କରାଯାଇଥିଲା। ପରେ ପରେ ସେ ‘ଘୋଷ୍ଟ୍ ଅଫ୍ କିବ୍’ ନାମରେ ପରିଚିତ ହୋଇଥିଲେ।
Image Courtesy of Kyiv Postୟୁକ୍ରେନୀୟ ସରକାର ଟୁଇଟ୍ କରି କହିଛନ୍ତି: ଲୋକେ ତାଙ୍କୁ ‘ଘୋଷ୍ଟ୍ ଅଫ୍ କିବ୍’ ଡାକୁଥିଲେ। ସେମାନଙ୍କ ଡାକ ଥିଲା ଯଥାର୍ଥ। ଆକ୍ରମଣକାରୀ ରୁଷୀୟ ଲଢୁଆ ବିମାନଗୁଡ଼ିକ ପାଇଁ ସେ ଆତଙ୍କ ପାଲଟି ଯାଇଥିଲେ।
ଯୁଦ୍ଧରେ ସାହସିକତା ପ୍ରଦର୍ଶନ ନିମନ୍ତେ ମେଜର୍ ତାରାବଲ୍କାଙ୍କୁ ମରଣୋତ୍ତର ଭାବେ ‘ହିରୋ ଅଫ୍ ୟୁକ୍ରେନ୍’ ଲେଖାଥିବା ଶ୍ରେଷ୍ଠ ପଦକ ‘ଅର୍ଡର୍ ଅଫ୍ ଦି ଗୋଲ୍ଡେନ୍ ଷ୍ଟାର୍’ ପ୍ରଦାନ କରାଯାଇଥିଲା। ତାଙ୍କର ପତ୍ନୀ ଓଲେନିଆ ଏବଂ ୮ ବର୍ଷର ପୁଅ ୟାରିକ୍ ଅଛନ୍ତି।
ପଶ୍ଚିମ ୟୁକ୍ରେନ୍ର କୋରୋଲିଭ୍କା ନାମକ ଛୋଟ ଗ୍ରାମରେ ଗୋଟାଏ ଶ୍ରମଜୀବୀ ପରିବାରରେ ମେଜର୍ ତାରାବଲ୍କାଙ୍କ ଜନ୍ମ ହୋଇଥିଲା। ତାଙ୍କ ଗାଁ ଆକାଶ ଦେଇ ଉଡ଼ି ଯାଉଥିବା ଲଢୁଆ ବିମାନଗୁଡ଼ିକୁ ଦେଖି ଦେଖି ସେ ପିଲାକାଳୁ ପାଇଲଟ୍ ହେବାକୁ ମନବଳାଇଥିଲେ।
Follow Us