ସ୍ପଷ୍ଟ କଲେ ନିର୍ବାଚନ କମିସନ: ୨୦୧୯ ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟର୍‌ ଦେଇଛନ୍ତି ଭୋଟ୍‌

Advertisment
ସ୍ପଷ୍ଟ କଲେ ନିର୍ବାଚନ କମିସନ: ୨୦୧୯ ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟର୍‌ ଦେଇଛନ୍ତି ଭୋଟ୍‌

(Photo: Reuters)

ନୂଆଦିଲ୍ଳୀ: ଭାରତୀୟ ନିର୍ବାଚନ କମିସନ ଶନିବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଭୂତ ନୁହେଁ, ଭୋଟରମାନେ ମତଦାନ କରିଛନ୍ତି। ଇଭିଏମ୍‌ ଭୋଟ୍‌ ଓ ସମୁଦାୟ ଭୋଟ୍‌ ଠିକ୍‌ ଭାବେ ମେଳ ଖାଉନଥିବା ଅଭିଯୋଗ ଆସିବା ପରେ ଏହାର ଉତ୍ତରରେ ନିର୍ବାଚନ କମିସନ ଏପରି କହିଛନ୍ତି। ମତଦାନ ସମୟରେ ଭୋଟ୍‌ ଜାଲିଆତି ହୋଇଛି ବୋଲି ଫଳାଫଳ ବାହାରିବା ପରେ ଅଭିଯୋଗ ହୋଇଥିଲା।

ଗତ ମେ ୨୩ ତାରିଖରେ ଲୋକସଭା ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଅନେକ ନିର୍ବାଚନ ମଣ୍ଡଳୀରୁ ଅଭିଯୋଗ ହୋଇଥିଲା ଯେ ନିର୍ବାଚନ ମଣ୍ଡଳୀର ସମୁଦାୟ ମତଦାତାଙ୍କ ସଂଖ୍ୟା ନିର୍ବାଚନୀ ଫଳାଫଳ ବାହାରିବ ଦିନ ମତଦାତାଙ୍କ ସହ ମେଳ ଖାଇନାହିଁ। ସୂଚୀରେ ଥିବା ଭୋଟ୍‌ରଙ୍କ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ମତଦାନ ହୋଇଛି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ କମିସନ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ କମିସନ ସ୍ପଷ୍ଟ କରିଛନ୍ତି କି ଭୋଟର ହିଁ ମତଦାନ କରିଛନ୍ତି, ଭୂତ ନୁହେଁ।

ଗଣମାଧ୍ୟମ ରିପୋର୍ଟରୁ ବି ଜାଣିବାକୁ ମିଳିଥିଲା ଯେ କେତେକ ନିର୍ବାଚନ ମଣ୍ଡଳୀରେ ସମୁଦାୟ ମତଦାତା ଓ ଇଭିଏମ୍‌ରେ ଭୋଟ୍‌ ଗଣତି ଦିନର ମତଦାତାଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଗଣତି ଦିନ ଅଧିକ ଭୋଟ୍‌ ସାମ୍ନାକୁ ଆସିଛି ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe