କଂଗ୍ରେସରେ ବଡ଼ ଧରଣର ଅଦଳବଦଳ: ଏଆଇସିସିରୁ ଗୁଲାମ ନବୀ ଆଜାଦଙ୍କୁ ହଟାଇଲେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

Advertisment
କଂଗ୍ରେସରେ ବଡ଼ ଧରଣର ଅଦଳବଦଳ: ଏଆଇସିସିରୁ ଗୁଲାମ ନବୀ ଆଜାଦଙ୍କୁ ହଟାଇଲେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

The Indian Express

ନୂଆଦିଲ୍ଲୀ: ଶୁକ୍ରବାର ଦିନ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସରେ ବ୍ୟାପକ ସାଂଗଠନିକ ପରିବର୍ତ୍ତନ କରିଛନ୍ତି। ନିକଟରେ କଂଗ୍ରେସ ୱାର୍କିଂ କମିଟି ଦଳରେ ଦଳର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ସାଧାରଣ ସମ୍ପାଦକ ପଦରୁ ବରଖାସ୍ତ କରାଯାଇଛି। ସୋନିଆ ଗାନ୍ଧୀ ଗୁଲାମ ନବୀ ଆଜାଦ, ମୋତିଲାଲ ବୋରା, ଅମ୍ବିକା ସୋନି, ମଲ୍ଲିକାର୍ଜୁନ ଖଡଗେଙ୍କୁ ଏଆଇସିସିର ସାଧାରଣ ସମ୍ପାଦକ ପଦରୁ ହଟାଇ ସିଡବ୍ଲ୍ୟୁସିର ପୁନର୍ଗଠନ କରିଛନ୍ତି। ଏହା ସହିତ ପି ଚିଦାମ୍ବରମ୍, ରଣଦୀପ ସୁରଜେୱାଲା, ତାରିକ୍ ଅନୱାର ଏବଂ ଜିତେନ୍ଦ୍ର ସିଂଙ୍କୁ ନିୟମିତ ଭାବେ ସିଡବ୍ଲ୍ୟୁସିରେ ନିଯୁକ୍ତି ଦିଆଯାଇଛି।

ସାଂଗଠନିକ ପ୍ରସଙ୍ଗରେ ସହାୟତା କରିବା ପାଇଁ ସୋନିଆ ଗାନ୍ଧୀ ଏକ ୬ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ମଧୁସୂଦନ ମିସ୍ତ୍ରୀଙ୍କୁ ଏହାର ସଭାପତି ଭାବେ ନିଯୁକ୍ତ କରିବା ସହ ରାଜେଶ ମିଶ୍ରା, କୃଷ୍ଣ ବାୟର ‌ଗୌଡା, ଏସ ଜତିମାନି ଏବଂ ଅରବିନ୍ଦର ସିଂ ଲଭଲି ଏହାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ପୁନର୍ଗଠନ କରାଯାଇଛି।  ଏହି କେନ୍ଦ୍ରୀୟ ନିର୍ବାଚନ କମିଟି ପରବର୍ତ୍ତୀ କଂଗ୍ରେସ ସଭାପତି ବାଛିବେ। ଏ.କେ ଆଣ୍ଟୋନି, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ଭେଣୁଗୋପାଲ, ମୁକୁଲ ୱାସନିକ ଏବଂ ରଣଦୀପ ସୁରଜେୱାଲା ଏହି କମିଟିର ସଦସ୍ୟ ହେବେ। ସ୍ୱତନ୍ତ୍ର କମିଟିର ଏହି ୬ଜଣ ସଦସ୍ୟ ସୋନିଆ ଗାନ୍ଧୀଙ୍କୁ ସାଂଗଠନିକ ଏବଂ କାର୍ଯ୍ୟକାରିତା କ୍ଷେତ୍ରରେ ସାହାଯ୍ୟ କରିବେ।

 indiatoday

କଂଗ୍ରେସର ଏହି ସାଂଗଠନିକ ପରିବର୍ତ୍ତନରେ ରାହୁଲ ଗାନ୍ଧୀଙ୍କ ଭାବନା ସ୍ପଷ୍ଟ ଦେଖାଯାଉଛି। ସର୍ବଶେଷ ପରିବର୍ତ୍ତନ ପରେ ସାଧାରଣ ସଚିବ ସୁରଜେୱାଲା, ଅଜୟ ମାକେନ୍, ଜିତେନ୍ଦ୍ର ସିଂ ଏବଂ କେସି ଭେଣୁଗୋପାଳଙ୍କ ସମେତ ଅଧିକାଂଶ ନୂତନ ସଚିବ ତାଙ୍କର ଘନିଷ୍ଠ ସହଯୋଗୀ ଭାବରେ ଜଣାଶୁଣା। ଏଥିସହ, ତାଙ୍କ ନିକଟରେ ବିବେଚିତ ହୋଇଥିବା କିଛି ଯୁବ ନେତାଙ୍କୁ ବିଭିନ୍ନ ରାଜ୍ୟର ଇନଚାର୍ଜ ଭାବରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଭୂମିକା ଦିଆଯାଇଛି ଏବଂ ପୁନଃ ନିର୍ମାଣ ହୋଇଥିବା ସିଡବ୍ଲ୍ୟୁସିରେ ସ୍ଥାୟୀ ତଥା ସ୍ୱତନ୍ତ୍ର ନିମନ୍ତ୍ରଣକାରୀ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି |

ମିଳିଥିବା ସୂଚନା ମୁତାବକ, ସୁରଜେୱାଲାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ମଧ୍ୟ କରାଯାଇଛି। ତାଙ୍କୁ କର୍ଣ୍ଣାଟକର ଦାୟିତ୍ୱ ଦିଆଯାଇଛି। ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଇଛି। ଏହା ବ୍ୟତୀତ କେସି ଭେଣୁଗୋପାଲଙ୍କୁ ସଂଗଠନର ଦାୟିତ୍ବ ଦିଆଯାଇଛି। ସୂଚନାନୁସାରେ, କଂଗ୍ରେସର ସାଧାରଣ ସଚିବଙ୍କ ମଧ୍ୟରେ ମୁକୁଲ ୱାସନିକଙ୍କୁ ମଧ୍ୟପ୍ରଦେଶ, ହରିଶ ରାୱତଙ୍କୁ ପଞ୍ଜାବ,ଓମାନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ, ତାରକ ଅନୱାରଙ୍କୁ କେରଳ ଓ ଲାକ୍ଷାଦୀପ, ଜିତେନ୍ଦ୍ର ସିଂହଙ୍କୁ ଆସାମର, ଅଜୟ ମାକନଙ୍କୁ ରାଜସ୍ଥାନର ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe