ପୁଣି ଭାସିଉଠିଲା ସୁଏଜ୍‌ କେନାଲ୍‌ରେ ଲାଖି ରହିଥିବା ପ୍ରକାଣ୍ଡ ଜାହାଜ ‘ଏଭର୍‌ ଗିଭେନ୍‌’: ରିପୋର୍ଟ

Advertisment
ପୁଣି ଭାସିଉଠିଲା ସୁଏଜ୍‌ କେନାଲ୍‌ରେ ଲାଖି ରହିଥିବା ପ୍ରକାଣ୍ଡ ଜାହାଜ ‘ଏଭର୍‌ ଗିଭେନ୍‌’: ରିପୋର୍ଟ

Image Courtesy of BBC

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି ପ୍ରକାଣ୍ଡ ପଣ୍ୟବାହୀ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀମାନେ ମୁକ୍ତ କରିଥିବା କଥା ସାମୁଦ୍ରିକ ସେବା ଯୋଗାଣ ସଂସ୍ଥାନ ‘ଇଞ୍ଚ୍‌କେପ୍‌’ କହିଛି।

ଲାଖିଥିବା ଜାହାଜଟି ପୁନଶ୍ଚ ଭାସି ଉଠିଥିଲେ ମଧ୍ୟ ପ୍ରଶାନ୍ତ ମହାସାଗରକୁ ଯିବା ନିମନ୍ତେ କେତେ ଜଲ୍‌ଦି ଏହି ଜଳପଥ ଉନ୍ମୁକ୍ତ ହେବ, ତାହା ସ୍ପଷ୍ଟ ହୋଇନାହିଁ। ‘ସୁଏଜ୍‌ କେନାଲ୍‌’ ବାଟେ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ପ୍ରାୟ ୪୫୦ଟି ପୋତ ଆଖପାଖରେ ଅଟକି ରହିଛନ୍ତି।

publive-image Image Courtesy of NDTV

କରୋନାଭାଇରସ୍‌ ଯୋଗୁଁ ବୈଶ୍ୱିକ ଯୋଗାଣରେ ସୃଷ୍ଟି ହୋଇଥିବା ବାଧା ଏହି ଅବରୋଧ ଯୋଗୁଁ ଆହୁରି ବାଧା ପାଇଛି। କାରଣ ଏହି କେନାଲ୍‌ ବାଟ ଦେଇ ବିଶ୍ୱର ୧୨% ବାଣିଜ୍ୟିକ କାରବାର ଚାଲିଥାଏ। କେତେକ ଜାହାଜ ‘ସୁଏଜ୍‌ କେନାଲ୍‌’ରେ ଯିବା ଲାଗି ଅପେକ୍ଷା କରିବା ପରିବର୍ତ୍ତେ ଆଫ୍ରିକାର ଦକ୍ଷିଣ ସୀମାନ୍ତ ଦେଇ ବୁଲାଣି ଓ ବ୍ୟୟବହୁଳ ମାର୍ଗରେ ଯାତ୍ରା ଆରମ୍ଭ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କେନାଲ କୂଳେ କୂଳେ ୧୮ ମିଟର୍‌ ଗଭୀରକୁ ଯାଇ ଖନନକାରୀମାନେ ୨୭୦୦୦ ଘନ ମିଟର ବାଲି କାଢ଼ିବା ପରେ ‘ଏଭର୍‌ ଗିଭେନ୍‌’କୁ ଭାସମାନ ଅବସ୍ଥାକୁ ଆଣିବା ସମ୍ଭବ ହୋଇଛି। ସମ୍ମୁଖ ଭାଗ ନଷ୍ଟ ହୋଇ ଯାଇଥିଲେ ବି ‘ଏଭର୍‌ ଗିଭେନ୍‌’ର ବାକି ସବୁ ଠିକ୍‌ଠାକ୍‌ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe