Gifts to Vladimir Putin: ଗୀତା, କାଶ୍ମୀର କେଶର, ରୂପାର ଘୋଡ଼ା… ଜାଣନ୍ତୁ ପୁଟିନଙ୍କୁ ଆଉ କେଉଁ କେଉଁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Advertisment

ଆସାମର ଚା’ ଠାରୁ କାଶ୍ମୀର କେଶର ଯାଏଁ, ରୂପାର ଚା’ ସେଟ୍ ଠାରୁ ରୂପାର ଘୋଡା ଯାଏଁ ଏବଂ ମାରବଲ ଖଚ୍ଚିତ ଚେସ୍ ସେଟ୍ ସହ ଶ୍ରୀମଦ ଭଗବତ ଗୀତା ପୁଟିନଙ୍କୁ ଉପହାର ଦେଇଛନ୍ତି ମୋଦୀ

ଆସାମର ଚା’ ଠାରୁ କାଶ୍ମୀର କେଶର ଯାଏଁ, ରୂପାର ଚା’ ସେଟ୍ ଠାରୁ ରୂପାର ଘୋଡା ଯାଏଁ ଏବଂ ମାରବଲ ଖଚ୍ଚିତ ଚେସ୍ ସେଟ୍ ସହ ଶ୍ରୀମଦ ଭଗବତ ଗୀତା ପୁଟିନଙ୍କୁ ଉପହାର ଦେଇଛନ୍ତି ମୋଦୀ

gifts to putin

gifts to putin Photograph: (sambad.in)

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ଫେରିଯାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତ ଗସ୍ତ ବେଳେ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଛନ୍ତି ଭଳି କି ଭଳି ଉପହାର । ଯଦିଓ ମୋଦୀ ପୁଟିନଙ୍କୁ ଗୀତା ଦେଇଥିବା ନେଇ ପ୍ରଥମେ ଚର୍ଚ୍ଚା ହେଉଥିଲା ମାତ୍ର ପରବର୍ତ୍ତୀ ସମୟରେ ଅନେକ ଭାରତୀୟ ପରମ୍ପରା ଏବଂ ଭାରତ ସହ ଜଡିତ ସାମଗ୍ରୀ ପୁଟିନଙ୍କୁ ଉପହାର ସ୍ବରୂପ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 

ଆସାମର ଚା’ ଠାରୁ କାଶ୍ମୀର କେଶର ଯାଏଁ, ରୂପାର ଚା’ ସେଟ୍ ଠାରୁ ରୂପାର ଘୋଡା ଯାଏଁ ଏବଂ ମାରବଲ ଖଚ୍ଚିତ ଚେସ୍ ସେଟ୍ ସହ ଶ୍ରୀମଦ ଭଗବତ ଗୀତା ପୁଟିନଙ୍କୁ ଉପହାର ଦେଇଛନ୍ତି ମୋଦୀ ।

ଆହୁରି ପଢନ୍ତୁ- Bhagavad Gita: ମୋଦୀଙ୍କ ଗୀତା ଉପହାର: ଜାଣନ୍ତୁ ବିଶ୍ବର କେଉଁ ବଡ଼ ନେତାଙ୍କୁ ପୂର୍ବରୁ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ?

Gita
Gita Photograph: (sambad.in)

ଆହୁରି ପଢନ୍ତୁ- Sri Lanka Floods: ଛୋଟ ଦେଶରେ ବଡ଼ ବିପର୍ଯ୍ୟୟ: କାନ୍ଦୁଛି କଲମ୍ବୋ-ଶ୍ରୀଲଙ୍କା ଛାତିରେ କୋହ, ଦଶ ଦିନରେ ବଦଳିଗଲା ଦୃଶ୍ୟ...

ଗୀତା

ପୁଟିନଙ୍କୁ ଗୀତା ଉପହାର ଦେଲେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ନିଜ ବନ୍ଧୁଙ୍କୁ ମୂଲ୍ୟବାନ ଉପହାର ଦେଇଛନ୍ତି ମୋଦୀ । ଯାହା ରୁଷିଆ ଭାଷାରେ ଅନୁବାଦିତ ହୋଇଛି ।ଗୀତାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ, ରୁଷ ରାଷ୍ଟ୍ରପତିଙ୍କୁ ଗୀତାର ଏକ କପି ପ୍ରଦାନ କଲି ବୋଲି ମୋଦୀ ଲେଖିଥିଲେ ।

ଆସାମ ଚା’

ବ୍ରହ୍ମପୁତ୍ର ନଦୀର ଉର୍ବର ଭୂମିରେ ଚାଷ କରାଯାଉଥିବା ଆସାମର କଳା ଚା ପୁଟିନଙ୍କୁ ପ୍ରଦାନ କରିଛନ୍ତି ମୋଦୀ । ୨୦୦୭ ମସିହାରେ GI ଟ୍ୟାଗ୍ ସହିତ ସ୍ୱୀକୃତିପ୍ରାପ୍ତ ଏହି ବ୍ଲାକ ଟି ଭାରତର ସମୃଦ୍ଧ ଐତିହ୍ୟକୁ ପ୍ରତିନିଧିତ୍ୱ କରେ। ଏହାର ସାଂସ୍କୃତିକ ଐତିହ୍ୟ ବ୍ୟତୀତ, ଏହାକୁ ସ୍ୱାସ୍ଥ୍ୟ ପାଇଁ ଭଲ ।

New Project (5)

ରୂପାର ଚା’ ସେଟ୍

ଆସାମ ଚା ସହ ରୂପା ଅଳଙ୍କାରର ଚା ସେଟ୍ ବି ପୁଟିନଙ୍କୁ ଦେଇଛନ୍ତି ମୋଦୀ । ମୁର୍ଶିଦାବାଦ ଏବଂ ପଶ୍ଚିମବଙ୍ଗର ସମୃଦ୍ଧ କଳାକୃତି ଏବଂ ସୂନ୍ଦର କାରୁକାର୍ଯ୍ୟ ସହିତ ଏହି ଚା ସେଟ୍ ଉପହାର ଦେଇଛନ୍ତି । ଭାରତ ଏବଂ ଋଷ ଉଭୟରେ ଚା'ର ଗଭୀର ସାଂସ୍କୃତିକ ଗୁରୁତ୍ୱକୁ ପ୍ରତିଫଳିତ କରେ। ଏହି ସ୍ନେହରେ ଉପହାରଟି ଭାରତ-ରୁଷ ବନ୍ଧୁତା ଏବଂ ଚା'କୁ ନେଇ ସମ୍ପର୍କର ପ୍ରତୀକ ।

ରୂପାର ଘୋଡ଼ା

ମହାରାଷ୍ଟ୍ରର ହସ୍ତଶିଳ୍ପର ଏହି ରୂପା ଘୋଡାକୁ ମୋଦୀ ପୁଟିନଙ୍କୁ ଉପହାର ଦେଇଛନ୍ତି । ଭାରତ ଏବଂ ରୁଷିଆ ଉଭୟ ଦେଶର ଏହା ଗୌରବର ପ୍ରତୀକ । ଦୁଇ ଦେଶର ପାରସ୍ପରିକ ସମ୍ମାନର ଏହା ପ୍ରତିଫଳନ । ପ୍ରଗତିଶୀଳ ଭାରତ-ରୁଷିଆ ପାଇଁ ରୂପା ଘୋଡା ଏକ ପରିଚୟ ।

New Project (4)

ମାର୍ବଲ୍ ଚେସ୍ ସେଟ୍

ଆଗ୍ରାର ହସ୍ତଶିଳ୍ପୀ ଏହି ମାର୍ବଲ୍ ଚେସ୍ ସେଟ୍ ନିର୍ମାଣ କରିଛନ୍ତି । ମାର୍ବଲ୍, କାଠ ଏବଂ ଅର୍ଦ୍ଧ-ମୂଲ୍ୟବାନ ପଥରର ମିଶ୍ରଣ ଏହି ଚେସ୍ ସେଟ୍ ତିଆରି କରାଯାଇଛି ଯାହା ଆକର୍ଷଣୀୟ ।

କାଶ୍ମୀର କେଶର

ପୁଟିନଙ୍କୁ କେଶର ଉପହାର ଦେଲେ ମୋଦୀ । ରୂପା ଫରୁଆରେ କେଶର ଦେଇଛନ୍ତି ମୋଦୀ । କାଶର ରଙ୍ଗ, ସୁଗନ୍ଧ ଏବଂ ସ୍ୱାଦ ପାଇଁ ଖୁବ ପ୍ରଶଂସିତ । କାଶ୍ମୀର କେଶର ସହ ଭାରତୀୟ ପାରମ୍ପରିକ ଛାପ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe