ସବୁଜ ପତାକାକୁ ବିରୋଧ କରି ଅଡ଼ୁଆରେ ଗିରିରାଜ

Advertisment
ସବୁଜ ପତାକାକୁ ବିରୋଧ କରି ଅଡ଼ୁଆରେ ଗିରିରାଜ

ନୂଆଦିଲ୍ଲୀ : ବିହାରର ବେଗୁସରାଇ ଆସନରେ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ଆଜି ସବୁଜ ପତାକା ବନ୍ଦ କରିବାପାଇଁ ନିର୍ବାଚନ କମିସନଙ୍କୁ ଅନୁରୋଧ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। ଗଣମାଧ୍ୟମରେ ନିଜ ମତ ରଖି ଗିରିରାଜ ଆଜି ସବୁଜ ପତାକା ବନ୍ଦ କରିବାପାଇଁ ଦାବି କରିଛନ୍ତି। ସେ କହିଛନ୍ତି ସବୁଜ ପତାକା ସମାଜରେ ଘୃଣା ସୃଷ୍ଟି କରୁଛି ଏବଂ ଏହାଦ୍ବାରା ପାକିସ୍ତାନରେ ରହିବା ପରି ଲାଗୁଛି। କିନ୍ତୁ ଗିରିରାଜଙ୍କ ଏଭଳି ବୟାନକୁ ଆରଜେଡି ଏବଂ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଆରଜେଡିର ପତାକା ସବୁଜ ହୋଇଥିବାରୁ ଏହା ଗିରିରାଜଙ୍କ ବୟାନରେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି। ଗିରିରାଜଙ୍କ ଏଭଳି ବୟାନ ପାଇଁ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିବାପାଇଁ ଦାବି କରିଛି ଆରଜେଡି। ବିହାର ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ହରଖୁ ଝା କହିଛନ୍ତି ଯେ ଗିରିରାଜ ସିଂହଙ୍କ ଏଭଳି ଦାବିରୁ ତାଙ୍କ ସାଂପ୍ରଦାୟିକ ଚିନ୍ତାଧାରାର ପରିପ୍ରକାଶ ହେଉଛି ଏବଂ ଧର୍ମ ଆଧାରରେ ଭୋଟ୍‌ ବିଭାଜନ କରିବାକୁ ସେ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷେ ଆରଜେଡି ଜାତୀୟ ମୁଖପାତ୍ର ମନୋଜ ଝା କହିଛନ୍ତି, ଗିରିରାଜ କଥା କଥାକେ ବିଷ ଓଗାଳୁଛନ୍ତି। ତେଣୁ ତାଙ୍କୁ ଗିରିରାଜ ନୁହେଁ ବିଷରାଜ ନାମରେ ନାମିତ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe