୧୯୪୭ରେ ମୁସ୍‌ଲିମଙ୍କୁ ପାକିସ୍ତାନ ପଠାଇବା ଉଚିତ ଥିଲା: ଗିରିରାଜ

Advertisment
୧୯୪୭ରେ ମୁସ୍‌ଲିମଙ୍କୁ ପାକିସ୍ତାନ ପଠାଇବା ଉଚିତ ଥିଲା: ଗିରିରାଜ

Patrika

ପାଟନା: କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂହ ଆଜି ଏକ ମୁସ୍‌ଲିମ ବିରୋଧୀ ଘୃଣାସୂଚକ ମନ୍ତବ୍ୟ ଦେଇ ପୁଣି ବିବାଦୀୟ ହୋଇ ପଡିଛନ୍ତି। ସେ କହିଛନ୍ତି, ୧୯୪୭ରେ ଭାରତର ସମସ୍ତ ମୁସ୍‌ଲିମ୍‌ଙ୍କୁ ପାକିସ୍ତାନ ପଠାଇଦେବା ଉଚିତ୍‌ ଥିଲା। ୧୯୪୭ରେ ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନକୁ ମୁସ୍‌ଲିମ ରାଷ୍ଟ୍ର ଘୋଷଣା କରିଥିଲେ। ସେତେବେଳେ ଭାରତର ମୁସଲିମ୍‌ଙ୍କୁ ପାକିସ୍ତାନ ପଠାଇବା ସହ ପାକିସ୍ତାନର ହିନ୍ଦୁମାନଙ୍କୁ ଭାରତ ଆଣିବା ଉଚିତ ଥିଲା। ଏମିତି ହୋଇଥିଲେ ଆଜି ଭାରତକୁ ଏଭଳି ପରିସ୍ଥିତିକୁ ସାମ୍ନା‌ କରିବାକୁ ପଡ଼ି ନଥାନ୍ତା। ବିହାରର ପୁର୍ନିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଦେଶ ପାଇଁ ସିଏଏର ଆବଶ୍ୟକତା ସମ୍ପର୍କରେ ମତ ରଖିଛନ୍ତି। ସିଏଏ ଯୋଗୁଁ ୨୦୧୫ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe