ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

Advertisment
ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର: ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ଓଡ଼ିଆ ଆଇଏଏସ୍  ଗିରିଶ ଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ସେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଅଧିବାସୀ। ଜମ୍ମୁକାଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଶ୍ରୀନଗରସ୍ଥିତ ରାଜଭବନରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ସୂଚନାଯୋଗ୍ୟ, ଆଜି ଜମ୍ମୁ କଶ୍ମୀରର ଭୂଗୋଳ ବଦଳି ଯାଇଛି। ଜମ୍ମୁ କଶ୍ମୀର ରାଜ୍ୟ ବିଭାଜନ ହୋଇ ଜମ୍ମୁ-କଶ୍ମୀର ଏବଂ ଲଦାଖ୍ କେନ୍ଦ୍ର ଶାସିତ ଅଂଚଳ ହୋଇଯାଇଛି । ସଂସଦରେ ୬ ଅଗଷ୍ଟରେ ପାରିତ ହୋଇଥିବା ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଆଧାରରେ ଜମ୍ମୁ କଶ୍ମୀରରେ ୧୧୪ ଆସନ ବିଶିଷ୍ଟ ବିଧାନସଭା ରହିବ ଏବଂ ଏହା କେନ୍ଦ୍ର ଶାସିତ ଅଂଚଳ ପାଲଟିଯାଇଛି।

publive-image

କେନ୍ଦ୍ର ସରକାର ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ହିଁ ଜମ୍ମୁ କଶ୍ମୀରର ପୁନର୍ଗଠନ କରିବା ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି। ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖରେ କେନ୍ଦ୍ର ସରକାରଙ୍କ ୧୦୬ଟି ଆଇନ ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe