ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

Advertisment
ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା

ନୂଆଦିଲ୍ଲୀ:  ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ। ସୂତ୍ରରୁ ପ୍ରକାଶ ଯେ ଓଡ଼ିଆ ଆଇଏଏସ୍ ଅଧିକାରୀ ଶ୍ରୀ ମୁର୍ମୁ ତାଙ୍କ ଇସ୍ତଫା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି। ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ ସେ। ଶ୍ରୀ ମୁର୍ମୁ ଗତ ବର୍ଷ ଅକ୍ଟୋବରରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୧୯୮୫ ବ୍ୟାଚର ଗୁଜୁରାଟ୍ କ୍ୟାଡରର ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା।

ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଗିରିଶ ଚନ୍ଦ୍ର ମୁର୍ମୁ  ଦେଶର ପରବର୍ତ୍ତୀ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (ସିଏଜି) ଭାବରେ ଦାୟିତ୍ବ ଗ୍ରହଣ କରିବେ। କିନ୍ତୁ ଏ ନେଇ  କୌଣସି ସରକାରୀ ସୂଚନା ପ୍ରାପ୍ତ ହୋଇନାହିଁ।

ଅନ୍ୟ ପକ୍ଷରେ ୨୦୧୯ ଅଗଷ୍ଟ ୫ ତାରିଖରେ  କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।  ଏହାପରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ ଓ କଶ୍ମୀରର ଲେପ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଘଟଣାର ଠିକ ବର୍ଷକ ପରେ ଅର୍ଥାତ ୨୦୨୦ ଅଗଷ୍ଟ ୫ରେ ଇସ୍ତଫା ଦେଇଛନ୍ତି ଶ୍ରୀ ମୁର୍ମୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe