ନଶୋଇବାରୁ ୫ ବର୍ଷର ଝିଅକୁ ବାନ୍ଧି ବାଡ଼େଇବା ସହ ସିଗାରେଟ୍‌ ଚେଙ୍କ ଦେଲେ ବାପା

Advertisment

ମୁମ୍ବାଇରେ ଜଣେ ପାଞ୍ଚ ବର୍ଷର ଝିଅ ପ୍ରତି ନିଜ ବାପର ନିଷ୍ଠୁରତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅ ଜଣକ ସମୟ ଭିତରେ ନଶୋଇବାରୁ ନିଷ୍ଠୁର ବାପ ତାକୁ ବାନ୍ଧି କି ବାଡ଼େଇବା ସହ ତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ମୁମ୍ବାଇରେ ଜଣେ ପାଞ୍ଚ ବର୍ଷର ଝିଅ ପ୍ରତି ନିଜ ବାପର ନିଷ୍ଠୁରତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅ ଜଣକ ସମୟ ଭିତରେ ନଶୋଇବାରୁ ନିଷ୍ଠୁର ବାପ ତାକୁ ବାନ୍ଧି କି ବାଡ଼େଇବା ସହ ତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

New Project (1)

ମୁମ୍ବାଇ: ମୁମ୍ବାଇରେ ଜଣେ ପାଞ୍ଚ ବର୍ଷର ଝିଅ ପ୍ରତି ନିଜ ବାପର ନିଷ୍ଠୁରତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଝିଅ ଜଣକ ସମୟ ଭିତରେ ନଶୋଇବାରୁ ନିଷ୍ଠୁର ବାପ ତାକୁ ବାନ୍ଧି କି ବାଡ଼େଇବା ସହ ତା’ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ଏକ ଶିଶୁକୁ ଆଘାତ ଦେବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫(୨) ଅନୁଯାୟୀ, ବାପ ବିରୋଧ‌ରେ ଏକ ମାମଲା ରୁଜୁ ହୋଇଛି। 

ଅଭିଯୁକ୍ତ ଜଣକ ଏପରି କରିଥିବା ବେଳେ ସେହି ସମୟର ଏକ ଭିଡିଓ ପୀଡ଼ତା ଶିଶୁର ମାଆ ପତ୍ନୀ କରିବା ପରେ ଯାଇ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନିଜ ଝିଅଟିକୁ ଯେଉଁଭଳି ଭାବେ ନିର୍ମମ ଭାବରେ ଆକ୍ରମଣ କରିଛି ତାହା ଦେଖିବା ପରେ ଯେକେହି ବି ବିଚଳିତ ହୋଇ ଉଠିବ। 

 ଭିଡିଓରେ ବାପା ଝିଅଟିର ଗୋଡ଼ ବାନ୍ଧି ତାକୁ ଆକ୍ରମଣ କରୁଥିବା ଏବଂ ସିଗାରେଟ୍ ସାହାଯ୍ୟରେ ଗାଲକୁ ପୋଡ଼ି ଦେଉଥିବାର ଦେଖିବାକୁ ମିଳିଥିଲା।

ଭିଡିଓଟି ନେଇ ଅଭିଯୋଗକାରୀ ମାନଖୁର୍ଦ ପୁଲିସ ଷ୍ଟେସନକୁ ଦୌଡ଼ି ଯାଇଥିଲେ ଏବଂ ଏଭଳି ନିର୍ଯାତନା ବିରୋଧରେ ହସ୍ତକ୍ଷେପ କରିବାକୁ ପୁଲିସ୍‌ର ସହାୟତା ଲୋଡ଼ିଥିଲେ।

ଅଭିଯୋଗକାରୀଙ୍କ ସହିତ ଜଣେ ମହିଳା ପୁଲିସ ଅଧିକାରୀ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ଘରେ ପହଞ୍ଚି ବାପାକୁ ଭେଟିଥିଲେ। ପଚରାଉଚରା ସମୟରେ ଝିଅଟି ପ୍ରକାଶ କରିଥିଲା ​​ଯେ ସେ ଠିକ୍ ସମୟରେ ଶୋଇ ନଥିବାରୁ ତା’ ବାପା ତାକୁ ନିର୍ଯାତନା ଦେଇଥିଲେ।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ବିଷ୍ଠୁର ବାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe