ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ !

ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ !

bhaskar.com

ଜୟପୁର : ରାଜସ୍ଥାନ ଉଦୟପୁରରେ ଏକ ଆଚମ୍ବିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫୋନ୍ ବ୍ୟାଟେରି ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯାଇଛି। ଏଭଳି ଦୁର୍ଘଟଣାର ଶିକାର ଶିଶୁକୁ ଚିକିତ୍ସା ଲାଗି ପରିବାର ଲୋକେ ସ୍ଥାନୀୟ ଏମବି ହସପିଟାଲରେ  ଶୁକ୍ରବାର ସକାଳ ୮.୩୦ରେ ଭର୍ତ୍ତି କରିଥିଲେ। ଶିଶୁର କ୍ଷତ ବିକ୍ଷତ ଚେହେରା ଦେଖି ଡାକ୍ତର ବି ଚକିତ ହୋଇଗଲେ । କାହିଁକିନା ବ୍ୟାଟେରି ବିସ୍ଫୋରଣରେ ଶିଶୁର ସଂପୂର୍ଣ୍ଣ ମୁହଁ ଛିଣ୍ଡି ରକ୍ତରେ ଜୁଡୁବୁଡୁ ହୋଇଥିଲା।

ଅବସ୍ଥା ଗୁରୁତର ଥିବାରୁ ଏମରଜେନ୍ସିରୁ ଡାକ୍ତରମାନେ ଶିଶୁକୁ ଇଏନଟି ଓପିଡିକୁ ନେଇଥିଲେ । ମୁହଁ ପୁରା ଫାଟି ଯାଇଥିଲା, ତା’ପରେ ସାଙ୍ଗେ ସାଙ୍ଗେ ସେଠାରୁ ଅହମ୍ମଦାବାଦର ବୋଲକରକୁ ନେଇଯାଇଥିଲେ । ପରିବାର ଲୋକଙ୍କ କହିବାନୁସାରେ ଶିଶୁ ଘରେ ମୋବାଇଲ ସହିତ ଖେଳୁଥିବା ସମୟରେ ଖେଳ ଖେଳରେ ବ୍ୟାଟେରିକୁ ପଥରରେ ପିଟି ଦେଇଥିଲା । ତା’ପରେ ମୋବାଇଲ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ବଡ ଧରଣର ଥିଲା ଯେ ପିଲାଟିର ପାଟି ଛିଣ୍ଡି ପଡିଲା ଓ ସେ ବେହୋସ୍ ହୋଇଗଲା ।

publive-image Patrika

ମୋବାଇଲ ବିଶେଷଜ୍ଞଙ୍କ ମୁତାବକ ମୋବାଇଲ ଫୋନ୍ ବ୍ୟାଟେରିରେ ଡ୍ରାଏ ସେଲ୍ ଥାଏ, ଯେଉଁଥିରେ କାର୍ବନ ବା ଲିଥିୟମ ଆୟନ ଲିକ୍ୱିଡ ଥାଏ। ଏହା ଓଭର ଚାର୍ଜିଙ୍ଗ ହେବା ଦ୍ୱାରା ଗରମ ହେବା ପରେ ଗ୍ୟାସ୍ ରିଲିଜ୍ କରେ, ଯଦ୍ୱାରା ବ୍ୟାଟେରି ଫୁଲିଯାଏ । ଏହି ଫୁଲିଥିବା ବ୍ୟାଟେରିକୁ ଜୋରରେ ମାରିଲେ ବା ଅଧିକ ଗରମ ହେଲେ ସଟ୍ ସାର୍କିଟ ହୋଇ ବିସ୍ଫୋରଣ ହୋଇଯାଏ । ଏହି ବିସ୍ଫୋରଣ ବହୁତ୍ ବିପଦଜନକ ଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe