ପ୍ରେମିକକୁ ଭେଟିବା ପାଇଁ ଗାଁର ବିଦ୍ୟୁତ୍ କାଟ କରୁଥିଲେ ପ୍ରେମିକା, ବିବାହ କରାଇଦେଲେ ଲୋକେ

ପ୍ରେମିକକୁ ଭେଟିବା ପାଇଁ ଗାଁର ବିଦ୍ୟୁତ୍ କାଟ କରୁଥିଲେ ପ୍ରେମିକା, ବିବାହ କରାଇଦେଲେ ଲୋକେ

ବେତିଆ(ବିହାର): ପ୍ରେମିକକୁ ଭେଟିବା ପାଇଁ ଗାଁର ବିଦ୍ୟୁତ୍ କାଟ କରୁଥିଲେ ପ୍ରେମିକା। ବିବାହ କରାଇଦେଲେ ଗ‌ାଁ ଲୋକେ। ବିହାରର ବେତିଆରେ ଘଟିଛି ଏଭଳି ଅଜବ ଘଟଣା। କୁହାଯାଉଛି ଯେ, ନିଜ ପ୍ରେମିକଙ୍କୁ ଭେଟିବାକୁ ପ୍ରତିଦିନ ଗାଁରେ ବିଦ୍ୟୁତ କାଟ କରୁଥିଲେ ପ୍ରେମିକା। ବାରମ୍ବାର ଏଭଳି ହେବାରୁ ଗରମ ପାଇଁ ବିରକ୍ତ ହୋଇଯାଇଥିଲେ ଗାଁ ଲୋକେ। ବିଦ୍ୟୁତ୍ ବିଭାଗ ପକ୍ଷରୁ ଏଭଳି କରାଯାଉଥିବା କଥା ଗାଁ ଲୋକେ ଭାବୁଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଗାଁର ହିଁ ଜଣେ ଯୁବତୀ ନିଜ ପ୍ରେମିକଙ୍କ ପାଇଁ ଏଭଳି କରୁଥିବା ଜାଣିପାରିଥିଲେ ଗାଁ ଲୋକେ। ଏବିଷୟରେ ଜାଣିବା ପରେ ଉଭୟଙ୍କ ବିବାହ ଗାଁ ଲୋକେ କରାଇ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ନାଳନ୍ଦାରେ ଥିବା ନୌତନରେ ପ୍ରୀତି ନାମକ ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ସମଗ୍ର ଗାଁର ବିଦ୍ୟୁତ ଯୋଗାଣ ବନ୍ଦ କରି ଦେଉଥିଲେ। ବାରମ୍ବାର ବିଦ୍ୟୁତ କାଟ୍ ହେତୁ ଗ୍ରାମବାସୀ ଅସୁବିଧାରେ ପଡ଼ିଥିଲେ। ଘଟଣା ଦିନ ପ୍ରେମିକ ଗାଁକୁ ଆସିବା ବେଳେ ଗାଁ ଲୋକେ ବାହାର ଯୁବକଙ୍କୁ ଦେଖି ସନ୍ଦେହ କରିଥିଲେ। ଏହି ସମୟରେ ବିଦ୍ୟୁତ୍ କାଟ ହେବା ଦେଖି ଗାଁ ଲୋକେ ଯୁବକଙ୍କ ପିଛା କରିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଉଭୟ ଏକ ଅନ୍ଧାରୁଆ ସ୍ଥାନରେ ଥିବା ବେଳେ ଆପତ୍ତିଜନକ ଅବସ୍ଥାରେ ଦୁହିଁଙ୍କୁ କାବୁ କରିଥିଲେ ଗାଁ ଲୋକେ। ଦୁହିଁଙ୍କୁ କାବୁ କରିବା ପରେ ଯୁବକଜଣକ ପାଖ ଗାଁର ରାଜକୁମାର ବୋଲି ଚିହ୍ନଟ କରାଯାଇଥିଲା। ଦୁହିଁଙ୍କ ପରିବାର ଏବିଷୟରେ ଜାଣିବା ପରେ କଥାକୁ ଅଧିକ ନବଢ଼ାଇ ଦୁହିଁଙ୍କ ବିବାହ କରାଇଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe