ନୂଆଦିଲ୍ଲୀ: ତେଲେଙ୍ଗାନାର ଅଞ୍ଚପେଟ ମଣ୍ଡଳସ୍ଥିତ ପୁଲଜାଲା ପ୍ରାଇମେରି ସ୍କୁଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ସ୍କୁଲରେ ପାଠପଢ଼ୁଥିବା ଜଣେ ତୃତୀୟଶ୍ରେଣୀ ଛାତ୍ରୀ ଖେଳୁଥିବା ବେଳେ ତାର ମୁଣ୍ଡ ଦୁଇଟି ଖମ୍ଭ ଭିତରେ ଫଶି ଯାଇଥିଲା। ଯେତେ ଚେଷ୍ଟା କଲେ ବି ଉକ୍ତ ଖମ୍ଭ ଭିତରୁ ଶିଶୁର ମୁଣ୍ଡ ବାହାର କରି ପାରି ନଥିଲା। ଶିଶୁକୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାର ସାଥୀମାନେ ତୁରନ୍ତ ଶିକ୍ଷକଙ୍କୁ ସୂଚନା ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ, ଶିଶୁର ମା’ ଓ ବାପା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିଶୁ ଜଣକ ଯନ୍ତ୍ରଣାରେ କାନ୍ଦୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବାପା, ମା ସମେତ ଅନ୍ୟଲୋକମାନେ ତାକୁ ବୁଝାଇବାକୁ ଚେଷ୍ଟା କରିଥଲେ।
ସଙ୍ଗେସଙ୍ଗେ ସ୍କୁଲ ପରିଚାଳକ ତୁରନ୍ତ ଘର ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ଡାକିଥିଲେ। ଉକ୍ତ କର୍ମଚାରୀମାନେ ସାବଧାନତା ସହ ଏକ ଘଣ୍ଟା ପରିଶ୍ରମ ପରେ ଶିଶୁର ବେକକୁ ଦୁଇ ଖମ୍ଭ ଭିତରୁ ସୁରକ୍ଷିତ ଭାବେ ବାହାର କରିଥିଲେ।
ଏହି ଘଟଣାରେ ଶିଶୁକୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ସୌଭାଗ୍ୟବଶତଃ ତାର ଜୀବନ ବଞ୍ଚି ଯାଇଛି।
Follow Us