ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆମରୋହା ଜିଲ୍ଲାର ଜଣେ ୧୯ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ନିଜ ଭ୍ରୂଣ ଧରି ଥାନାରେ ପହଞ୍ଚିବା ଘଟଣା ଆଜି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଥାନାରେ ସେ ଏ ନେଇ ଅଭିଯୋଗ କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ତୁରନ୍ତ ଗିରଫ ପାଇଁ ଅନୁରୋଧ କରିଛନ୍ତି। ଅଭିଯୋଗ ଅନୁସାରେ ପୀଡ଼ିତାଙ୍କ ପଡ଼ୋଶୀ ମନୋଜ (୨୨) ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ। ଏହାପରେ ସେ ଗର୍ଭବତୀ ଥିବା କଥା ଜାଣି ମନୋଜ ତାଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରୁଥିଲେ। ଏଥିରେ ରାଜି ନ ହେବାରୁ ସେ ବଳପୂର୍ବକ ତାଙ୍କୁ ଔଷଧ ଖୁଆଇଥିଲେ। ଏହାପରେ ପୀଡ଼ିତା ଜଣକ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ଗର୍ଭପାତ ହୋଇଥିଲା। ଅଭିଯୁକ୍ତ ମନୋଜ ଏବେ ଫେରାର ରହିଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଭ୍ରୂଣକୁ ପରୀକ୍ଷା ପାଇଁ ଫରେନ୍ସିକ୍ ଲାବ୍କୁ ପଠାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us