ରାସ୍ତା କଡ଼ରେ ଫୁଲ ବିକୁଥିବା ଝିଅ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବେ

Advertisment
ରାସ୍ତା କଡ଼ରେ ଫୁଲ ବିକୁଥିବା ଝିଅ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବେ

ନୂଆଦିଲ୍ଲୀ: ଦିନେ ବାପାଙ୍କ ସହ ମୁମ୍ବାଇର ରାସ୍ତା କଡ଼ରେ ଫୁଲ ବିକୁଥିବା ଝିଅ ସରିତା ମାଳି ତାଙ୍କ ପିଏଚ୍‌ଡି ସ୍ବପ୍ନ ସାକାର କରିପାରିଛନ୍ତି। ୨୮ ବର୍ଷୀୟା ସରିତା ଏବେ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରେ ଜଣେ ରିସର୍ଚ୍ଚ ସ୍କଲାର। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ସେ ପିଏଚ୍‌ଡି କରିବେ। ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ତାଙ୍କ ପୈତୃକ ଘର। କିନ୍ତୁ ସେ ମୁମ୍ବାଇର ଘଟକୋପୁର ନିକଟସ୍ଥ ଏକ ବସ୍ତିରେ ଜନ୍ମ ହୋଇଛନ୍ତି ଏବଂ ବଢ଼ିଛନ୍ତି। ସରିତାଙ୍କ ପିଲାଦିନ ଖୁବ୍‌ ଅଭାବରେ କଟିଥିଲା। ତାଙ୍କ ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା। ବାପାଙ୍କ ସହ ଫୁଲ ବିକିବାବେଳେ ଅନେକ ବାର ସେ ହାତରେ ଫୁଲତୋଡ଼ା ଧରି ଟ୍ରାଫିକ୍‌ ନିକଟରେ କାର୍‌ ପଛରେ ଦୌଡ଼ିଛନ୍ତି।

ଭଲ ଦିନମାନଙ୍କରେ ତାଙ୍କର ପ୍ରାୟ ୩୦୦ ଟଙ୍କା ରୋଜଗାର ହୋଇଥାଏ। ସରିତା ବାପାଙ୍କ ସା‌ହସ ବଳରେ ତାଙ୍କ ପଢ଼ାରେ କେବେ ପଛଘୁଞ୍ଚା ଦେଇନାହାନ୍ତି। ସରିତା ମୁମ୍ବାଇ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଦଶମ ପାସ୍‌ କରିବାପରେ ସେ ଟ୍ୟୁସନ୍‌ କଲେ। ପିଲାଙ୍କୁ ଟ୍ୟୁସନ୍‌ କରି ସେ ନିଜେ ପାଠ ପଢ଼ିବା ସହ ନିଜ ଭାଇ ଭଉଣୀଙ୍କୁ ମଧ୍ୟ ପଢ଼ାଇଛନ୍ତି। ପରିଶେଷରେ ମାଲି ହିନ୍ଦୀ ଭାଷାରେ ଜେଏନ୍‌ୟୁରେ ଏମ୍‌ଏ କରିଛନ୍ତି। ଏବେ ସେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବେ। ଏହା ତାଙ୍କ ପାଇଁ ଏକ ବଡ଼ ସଫଳତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe