୭୦ ଟଙ୍କା ଚୋରି ଘଟନା ଯୋଗୁଁ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କଲେ ଶିକ୍ଷିକା

Advertisment
୭୦ ଟଙ୍କା ଚୋରି ଘଟନା ଯୋଗୁଁ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କଲେ ଶିକ୍ଷିକା

Image Courtesy of HT

ଦାମୋଃ (ମଧ୍ୟପ୍ରଦେଶ): ଭୋପାଳ ଠାରୁ ୨୫୦ କିଲୋମିଟର୍‌ ଦୂର ଦାମୋଃସ୍ଥିତ ଏକ ସରକାରୀ ସ୍କୁଲ୍‌ରେ ଏକ ଚୋରି ଘଟଣା ସନ୍ଦେହରେ ଶିକ୍ଷକ ସେମାନଙ୍କୁ ବିବସନା କରିଥିବା ବିଷୟ ଅଭିଯୋଗ କରିଛନ୍ତି ଦୁଇ ଜଣ ୧୦ମ ଶ୍ରେଣୀର ଛାତ୍ରୀ। ଘଟନାଟି ଗତ ଶୁକ୍ରବାର ସନ୍ଧ୍ୟାରେ ଲୋକଲୋଚନକୁ ଆସିଛି।

ରାଣୀ ଦୁର୍ଗାବତୀ ହାଇସ୍କୁଲ୍‌ର ଜଣେ ଛାତ୍ରୀ କହିଛନ୍ତି ଯେ ଜଣେ ଶ୍ରେଣୀସାଥିଙ୍କ ୭୦ ଟଙ୍କା ଚୋରି କରିଥିବା ସନ୍ଦେହରେ ସେମାନଙ୍କ ଶିକ୍ଷିକା ଜ୍ୟୋତି ଗୁପ୍ତ ସେମାନଙ୍କର ବ୍ୟାଗ୍‌ ତଲାସ କଲେ ଓ ତାନ୍ତ୍ରିକ ଆଣିବାକୁ ଧମକ ଦେଲେ।

ଛାତ୍ରୀ ଜଣକ କହିଛନ୍ତି: ମୁଁ ଶିକ୍ଷିକାଙ୍କୁ କହିଲି ଯେ ଆମେ ଟଙ୍କା ନେଇ ନାହୁଁ। ଯଦି ସେ ତାନ୍ତ୍ରିକ ଆଣିବାକୁ ଚାହାଁନ୍ତି, ସେ ଆଣି ପାରନ୍ତି। ତଥାପି ଶିକ୍ଷିକା ମୋତେ ଓ ବାନ୍ଧବୀଙ୍କୁ ଶ୍ରେଣୀର ପିଲାମାନଙ୍କ ସାମ୍ନାରେ ବିବସନା କରାଇଲେ। ତଥାପି ଟଙ୍କା ମିଳି ନ ଥିଲା।

ସ୍କୁଲ୍‌ ଛୁଟି ହେବା ପରେ ବାଳିକାମାନେ ଏ ଘଟଣା ତାଙ୍କ ପିତାମାତାଙ୍କୁ କହିଲାରୁ ସେମାନେ ସ୍କୁଲ୍‌ର ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ପି ପି ସିଂହ କହନ୍ତି: ଶୁକ୍ରବାର ସନ୍ଧ୍ୟାରେ ସେ ଏ ଘଟଣା ବିଷୟରେ ଜାଣି ଜ୍ୟୋତି ଗୁପ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦେଇଛନ୍ତି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ବାଧ୍ୟ କରି କେହି ଉଲଗ୍ନ କରି ପାରିବେ ନାହିଁ।
ଜ୍ୟୋତି ଗୁପ୍ତ କହନ୍ତି: ମୋ ସହ ଶ୍ରେଣୀର ସବୁ ପିଲା ଜୁଡୋ-କରାଟେ ଅଭ୍ୟାସ ପାଇଁ ପଡ଼ିଆକୁ ଯାଇଥିଲେ। କେବଳ ଏ ଦୁଇ ବାଳିକା ଶ୍ରେଣୀରେ ଥିଲେ।

ଟଙ୍କା ଚୋରି ହୋଇ ଯାଇଥିବା ବାଳିକାଟି ମୋ ନିକଟକୁ ଆସି ଚୋରି ସଂକ୍ରାନ୍ତରେ କହିଲାରୁ ମୁଁ ତାକୁ ସେ ଦୁଇ ବାଳିକାଙ୍କ ବ୍ୟାଗ୍‌ ତଲାସ କରିବାକୁ କହିଲି। କିନ୍ତୁ, ସେ ଯାଇ ସେ ଦୁହିଁଙ୍କୁ ଉଲଗ୍ନ ହେବାକୁ କହିଲା। ମୁଁ କଦାପି ଏ କଥା ତାକୁ କହି ନ ଥିଲି। ମୁଁ ୧୭ ବର୍ଷ ହେବ କାମ କରୁଛି। ଏମିତି କଥା କାହିଁକି କରିବି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe