ପ୍ରଭୁ ରାମଙ୍କ ପରି ନୁହେଁ ରାବଣଙ୍କ ପରି ସ୍ବାମୀ ଦରକାର; ଜାଣନ୍ତୁ କାହିଁକି ଏଭଳି କହିଲେ ଯୁବତୀ

Advertisment
ପ୍ରଭୁ ରାମଙ୍କ ପରି ନୁହେଁ ରାବଣଙ୍କ ପରି ସ୍ବାମୀ ଦରକାର; ଜାଣନ୍ତୁ କାହିଁକି ଏଭଳି କହିଲେ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଭିଡିଓ ସବୁ ଭାଇରାଲ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମୋତେ ରାବଣଙ୍କ ଭଳି ସ୍ବାମୀ ଦରକାର ବୋଲି କହୁଛନ୍ତି। ସେ କହିଛନ୍ତି ଯେ ଆଜିର ପିଢ଼ିର ଚିନ୍ତାଧାରା ବହୁତ ଖରାପ ହୋଇଯାଇଛି। ତେଣୁ ପ୍ରଭୁ ରାମଙ୍କ ବଦଳରେ ମୁଁ ରାବଣ ପରି ଜୀବନ ସାଥୀ ଚାହୁଁଛି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଯୁବତୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, 'ତୁମେ କିପରି ଜୀବନ ସାଥୀ ଚାହୁଁଛ?' ଭଗବାନ ଶ୍ରୀରାମଙ୍କ ଭଳି ନା ରାବଣ ପରି? ବୋଲି ଯୁବତୀଙ୍କୁ ପ୍ରଶ୍ନ କରାଯାଉଛି। ଉତ୍ତରରେ ଯୁବତୀ କହୁଛନ୍ତି, ମୁଁ ରାବଣଙ୍କ ପରି ସ୍ବାମୀ ଚାହୁଛି। ଏହାର କାରଣ ପଚରାଯିବାରୁ ସେ କହୁଛନ୍ତି, 'କାରଣ ରାବଣ ମାତା ସୀତାଙ୍କୁ ଭଲ ପାଉଥିଲେ। ହେଲେ ତାଙ୍କୁ ନଛୁଇଁ ତାଙ୍କର ଅପହରଣ କରିଥିଲେ। ହେଲେ ଆଜିକାଲିର ପୁରୁଷମାନେ ସେଭଳି ନୁହନ୍ତି। ‌କିଛି ଲୋକଙ୍କର ଚିନ୍ତାଧାରା ଖରାପ ‌ହୋଇଯାଇଛି। ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ ସତ, କିନ୍ତୁ ତାଙ୍କୁ ଛୁଇଁ ନଥିଲେ । ଏତେ ଦିନ ଅପହରଣ କରି ରଖିଥିଲେ ବି ତାଙ୍କୁ ସ୍ପର୍ଶ କରିନଥିଲେ ରାବଣ । ଅଶାଳୀନ ବ୍ୟବହାର ମଧ୍ୟ ସେ କରିନଥିଲେ। ସେଥିପାଇଁ ମୁଁ ଚାହେଁ ମୋର ଜୀବନ ସାଥୀ ରାବଣଙ୍କ ପରି ହୁଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe