ହିଜାବ୍‌ ପିନ୍ଧୁଥିବା ଝିଅ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ: ଅସଦୁଦ୍ଦୀନ୍‌ ଓୱେସୀ

ମୋଦୀଙ୍କ ‘ମୁଜ୍‌ରା’ ଟିପ୍ପଣୀର ଜବାବ ଦେଲେ ଅୱେସୀ: ଚୀନ ଜାଗା ମାଡ଼ି ବସିବାବେଳେ ମୋଦୀ ଡିସ୍‌କୋ ନାଚୁଥିଲେ କି?

Image Courtesy of India Today

ନୂଆଦିଲ୍ଲୀ: ହିଜାବ୍‌ ପିନ୍ଧୁଥିବା ଝିଅଟିଏ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଜି ଲୋକସଭା ସାଂସଦ ଅସଦୁଦ୍ଦୀନ୍‌ ଓୱେସୀ ଘୋଷଣା କରିଛନ୍ତି।

ଆଜି ଟୁଇଟ୍‌ କରିଥିବା ଏକ ଭିଡିଓରେ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌’ର ମୁଖ୍ୟ ଓୱେସୀ କହିଛନ୍ତି ଯେ, ହିଜାବ୍‌ ପିନ୍ଧୁଥିବା ଝିଅମାନେ କଲେଜ୍‌ ଯିବେ, ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌, ଡାକ୍ତର, ବ୍ୟବସାୟୀ ଆଦି ହେବେ।

ଭିଡିଓରେ ଶ୍ରୋତାମାନଙ୍କୁ ଉଦ୍‌ବୋଧନ ଦେଇ ଓୱେସୀ କହୁଛନ୍ତି, ଏସବୁ ଦେଖିବାକୁ ମୁଁ ବଞ୍ଚି ନ ଥିବି କିନ୍ତୁ, ମୋ କଥା ମନେରଖନ୍ତୁ। ଦିନେ ହିଜାବ୍‌ ପରିହିତା ଝିଅ ପ୍ରଧାନମନ୍ତ୍ରୀ ହେବେ।

publive-image Image Courtesy of India Today

ସ‌େ ଆହୁରି ମଧ୍ୟ କହିଛନ୍ତି, ହିଜାବ୍‌ ପିନ୍ଧିବେ ବୋଲି ଯଦି ଆମ ଝିଅମାନେ ନିଷ୍ପତ୍ତି ନଇେ ପିତାମାତାଙ୍କୁ କହନ୍ତି, ତେବେ ସେମାନଙ୍କ ପିତାମାତା ମଧ୍ୟ ସେମାନଙ୍କୁ ସମର୍ଥନ କରିବେ। ଦେଖିବା କିଏ ସେମାନଙ୍କୁ ବାଧା ଦେବ!

ସୂଚନାଯୋଗ୍ୟ, ହିଜାବ ପିନ୍ଧିଥିବା ଦୃଷ୍ଟିରୁ କର୍ଣ୍ଣାଟକର ଉଡୁପୀ ଜିଲ୍ଲାରେ ଗୋଟାଏ କଲେଜକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ କଲେଜରେ ପ୍ରବେଶ କରିବାକୁ ଅନୁମତି ନ ମିଳିବାରୁ ହିଜାବ୍‌ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟାନ୍ୟ କଲେଜ ଏବଂ ସ୍କୁଲ୍‌ ଏଭଳି ନିଷେଧାଦେଶ ଜାରି କରିବାରୁ ସମଗ୍ର ରାଜ୍ୟରେ ହିଜାବ୍‌ ବିବାଦ ବ୍ୟାପୀ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe