The Tico Times
ଆଗ୍ରା: କରୋନା ଭାଇରସର ଭୟ ଏବଂ ଲକଡାଉନ ମଧ୍ୟରେ ଉତ୍ତରପ୍ରଦେଶ ଶାହାଜାହାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୭୦ କିଲୋମିଟର ଚାଲି ଚାଲି ଯାଇ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ | କିନ୍ତୁ ପ୍ରେମିକର ପରିବାର ତାଙ୍କୁ ଭେଟିବାକୁ ଦେଇ ନଥିଲେ। ଏହା ପରେ ଝିଅ ଜଣକ ପ୍ରେମିକ ଘର ସାମ୍ନାରେ ବସିରହିଥିଲେ | ମିଳିଥିବା ସୂଚନା ମୁତାବକ ଯୁବତୀଙ୍କ ବିବାହ ତାଙ୍କ ପ୍ରେମିକ ସହ କରାଯିବାକୁ ସ୍ଥିର କରାଯାଇଥିଲା |
Photo-oneindiaତେବେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କ ପରିବାର ତାଙ୍କୁ ପ୍ରେମିକ ସହିତ ବିବାହ କରାଇନଥିଲେ । ବାରମ୍ବାର ଯୁବତୀ ଜଣକ କହିବା ପରେ ବି କେହି ଶୁଣିନଥିଲେ | ଶେଷରେ ଏଥିରେ ବିବ୍ରତ ହୋଇ ଯୁବତୀ ଜଣକ ପ୍ରେମିକଙ୍କୁ ଭେଟିବା ପାଇଁ ୭୦ କିଲୋମିଟର ଚାଲିଚାଲି ପହଂଚିଥିଲେ |
ଯୁବତୀ ଜଣକ ପ୍ରେମିକଙ୍କ ଘରେ ପହଞ୍ଚି ବିବାହ ପାଇଁ ଜିଦ୍ କରିଥିଲେ, ଯେଉଁଥିରେ ପ୍ରେମିକର ପରିବାର ଲୋକ ଉଭୟ ପୁଅ ଓ ଝିଅଙ୍କୁ ଘରୁ ବାହାର କରି ଦେଇଥିଲେ। ଘରୁ ଘଉଡାଇବା ପରେ ଉଭୟ ପ୍ରେମୀଯୁଗଳ ସେମାନଙ୍କ ଅଭିଯୋଗ ନେଇ ପୁଲିସ ଷ୍ଟେସନକୁ ଯାଇଥିଲେ, ଯେଉଁଠାରେ ପୁଲିସ ଲକଡାଉନ୍ ଦର୍ଶାଇ ଘରକୁ ଯିବାକୁ କହିଥିଲେ। ଏହି ସମୟରେ ପୁଲିସ ଲକଡାଉନ୍ ଉଲ୍ଲଂଘନ ସମ୍ପର୍କରେ ଉଭୟଙ୍କୁ ଚେତାବନୀ ଦେଇ ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା।
Follow Us