ପ୍ରେମିକ ସହ ନ କରି ଅନ୍ୟ ସ୍ଥାନରେ ବିବାହ କରାଉଥିବାରୁ କୂଅକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ, ପରିବାର ଲୋକେ ବଞ୍ଚାଇବା ପରେ ପୁଣି ବିଷ ଖାଇଦେଲେ ପୀଡ଼ିତା, ଆଉ ତା’ ପରେ...

Advertisment
ପ୍ରେମିକ ସହ ନ କରି ଅନ୍ୟ ସ୍ଥାନରେ ବିବାହ କରାଉଥିବାରୁ କୂଅକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ, ପରିବାର ଲୋକେ ବଞ୍ଚାଇବା ପରେ ପୁଣି ବିଷ ଖାଇଦେଲେ ପୀଡ଼ିତା, ଆଉ ତା’ ପରେ...

oneindia.com

ଶାହାଜାହାନ୍‌ପୁର : ନିଜ ପ୍ରେମିକକୁ ବିବାହ କରିବାର ଜିଦ୍‌ ପାଇଁ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ପୀଡ଼ିତାା ପ୍ରଥମେ କୁଅକୁ ଡ଼େଇଁ ଆତ୍ମହତ୍ୟା କରିବାର ଉଦ୍ୟମ ବିଫଳ ହେବା ପରେ ଗୋଟିଏ ଦିନରେ ସେ ପୁଣି ଥରେ ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । କିନ୍ତୁ ଦୁଇ ଥର ଯାକ ପୀଡ଼ିତାଙ୍କ ପରିବାର ଲୋକେ ପୀଡ଼ିତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ବିବାହ ଜୁଲାଇ ୧୬ରେ ଥିବା ବେଳେ ଜୁଲାଇ ୧୫ରେ ସେ ଦୁଇ ଦୁଇ ଥର ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ୨୦ବର୍ଷିୟ ଯୁବତୀ ପ୍ରଥମେ କୁଅକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଲିସ ଉଦ୍ଧାର କରିଥିଲା । ଦ୍ୱିତୀୟ ଥର ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିବାରୁ ଡ଼ାକ୍ତର ତାଙ୍କୁ ବଞ୍ଚାଇ ଦେଇଥିଲେ । ଦୁଇ ଥର ମୃତ୍ୟୁ ତାଙ୍କୁ ଧୋକା ଦେଇଥିଲା ।

publive-image himachalabhiabhi.com

ସୂଚନା ମୁତାବକ, ପୀଡ଼ିତା ନିଜ ଗାଁର ଜଣେ ଯୁବକଙ୍କ ସହ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଯେତେବେଳେ ଘରେ ବିବାହ କଥା ଉଠାଇଥିଲେ ସେତେବେଳେ ପୀଡ଼ିତା ବିବାହ କରିବାକୁ ମନା କରି ଦେଇଥିଲେ । ଘର ଲୋକ ଏହା ପଛର କାରଣ ଜାଣିବା ପରେ ଜୋର ଜବରଦସ୍ତ ଅନ୍ୟ ସ୍ଥାନରେ ବିବାହ ଠିକ୍‌ କରିଥିଲେ,ଯେଉଁଥିରେ ରାଗି ଯାଇ ପୀଡ଼ିତା ଏଭଳି ପଦକ୍ଷପ ଉଠାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe