କଣ୍ଡକ୍ଟର ଆଣ୍ଟି କହି ଭଡ଼ା ମାଗିବାରୁ ହସି ପକାଇଲେ ବସରେ ଯାଉଥିବା ଛାତ୍ର, ଓହ୍ଲାଇବା ପରେ ଦୁଇ ଛାତ୍ରୀ ମିଶି ନିସ୍ତୁକ ପିଟିଲେ

Advertisment
କଣ୍ଡକ୍ଟର ଆଣ୍ଟି କହି ଭଡ଼ା ମାଗିବାରୁ ହସି ପକାଇଲେ ବସରେ ଯାଉଥିବା ଛାତ୍ର, ଓହ୍ଲାଇବା ପରେ ଦୁଇ ଛାତ୍ରୀ ମିଶି ନିସ୍ତୁକ ପିଟିଲେ

Bhaskar

ଭୋପାଲ : ଶନିବାର ରାତିରେ ସାମାନ୍ୟ କାରଣ ପାଇଁ ରୋଶନପୁରା ଅଞ୍ଚଳରେ ଦୁଇ ଜଣ ଛାତ୍ରୀ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶେଷରେ ଟ୍ରାଫିକ ପୁଲିସ ଆସିବା ପରେ ଯାଇ ଦୁଇ ଛାତ୍ରୀ ଶାନ୍ତ ହୋଇଥିଲେ । ପ୍ରଥମେ ଅସଦାଚରଣ ମାମଲା ବୋଲି ପୁଲିସ ଭାବୁ ଥିବା ବେଳେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ୩ଜଣଙ୍କୁ ପୁଲିସ ଷ୍ଟେସନ ନିଆଯାଇ ପଚରାଉଚରା କରାଯିବା ପରେ ପ୍ରକୃତ କାରଣ ଜାଣି ଆପୋଷ ସମାଧାନ କରି ୩ଜଣଙ୍କୁ ଘରକୁ ପଠାଇଥିଲା ପୁଲିସ ।

ସୂଚନା ମୁତାବକ, କଲେଜର ଦୁଇ ଛାତ୍ରୀ ଏବଂ ଜଣେ ଛାତ୍ର ଗୋଟେ ବସରେ ଯାତ୍ରା କରୁଥିଲେ । ଏହି ସମୟରେ ବସର କଣ୍ଡକ୍ଟର ୨ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଆଣ୍ଟି କହି ବସ ଭଡ଼ା ମାଗିଥିଲେ । ଯାହାକୁ ଶୁଣି ପାଖରେ ବସିଥିବା ଛାତ୍ରଜଣଙ୍କ ଜୋରରେ ହସି ପକାଇଥିଲେ । ହସିବା ଦେଖି ଦୁଇ ଛାତ୍ରୀ ରାଗିଯିବା ସହ ବସ୍‌ରୁ ଓହ୍ଲାଇବା ପରେ ହସିଥିବା ଛାତ୍ରକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe