ସମ୍ପତ୍ତିରେ ଝିଅର ସମାନ ଅଧିକାର, ଝିଅ ସାରା ଜୀବନ ଝିଅ: ସୁପ୍ରିମ୍‌ କୋର୍ଟ

Advertisment
ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

The Hindu

ନୂଆଦିଲ୍ଲୀ: ଅବିଭକ୍ତ ହିନ୍ଦୁ ପରିବାର ସମ୍ପତ୍ତିରେ ଝିଅମାନଙ୍କର ସମାନ ଦାୟାଦ ଅଧିକାର ରହିଛି ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏପରିକି ହିନ୍ଦୁ ଉତ୍ତରାଧିକାର ଆଇନ-୧୯୫୬ର ୨୦୦୫ ମସିହା ସଂଶୋଧନ ପୂର୍ବରୁ ସେମାନେ ଜନ୍ମ ହୋଇଥିଲେ ମଧ୍ୟ ପିତା ଥାଆନ୍ତୁ ବା ନ ଥାଆନ୍ତୁ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ପୁଅଙ୍କ ଭଳି ସମାନ ଅଧିକାର ରହିଛି ବୋଲି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ ଏମ୍‌ ଆର୍ ଶାହଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଝିଅମାନଙ୍କୁ ବଂଶାନୁକ୍ରମିକ ଭାବେ ପୈତୃକ ସମ୍ପତ୍ତି ଆହରଣ କରିବା ଲାଗି ସମାନ ଅଧିକାର ପ୍ରଦାନ କରୁଥିବା ଉକ୍ତ ଆଇନ ସଂଶୋଧନରେ ପୂର୍ବବ୍ୟାପୀ ପ୍ରଭାବ ରହିଛି କି ନାହିଁ ସେ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ମାନ୍ୟବର ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି। ପୁଅଙ୍କ ଭଳି ଝିଅଙ୍କୁ ମଧ୍ୟ ପୈତୃକ ସମ୍ପତ୍ତିର ସମାନ ଭାଗ ଦିଆଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। କାରଣ ଝିଅଟିଏ ଉକ୍ତ ଆଇନ ସଂଶୋଧନର ପୂର୍ବରୁ ବା ପରେ
ଯେତେବେଳେ ବି ଜନ୍ମ ହୋଇଥିଲେ ବି ଜନ୍ମ ସହ ସେ ଉତ୍ତରାଧିକାରପ୍ରାପ୍ତ ହୋଇଛି। ସୁତରାଂ ଜନ୍ମ ବେଳେ ଆହରଣ ହୋଇଥିବା ଏହି ଅଧିକାର ସାବ୍ୟସ୍ତ କରିବା ପାଇଁ ୨୦୦୫ ମସିହା ବେଳକୁ ବାପା ଜୀବିତ ଥିବା ନିହାତି ଆବଶ୍ୟକ ନୁହେଁ। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ନିଜର ସ୍ତ୍ରୀ ଥିବା ପର୍ଯ୍ୟନ୍ତ ପୁଅ ହେଉଛି ପୁଅ, ତେବେ ଝିଅ ସାରା ଜୀବନ ପାଇଁ ଝିଅ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୦୫ ମସିହାର ସଂଶୋଧନ ଅନୁସାରେ ଝିଅମାନେ ପୈତୃକ ସମ୍ପତ୍ତିରେ ନିଜର ଅଧିକାର ଦାବି କରିପାରିବେ। ତେବେ ଉକ୍ତ ଆଇନର ଧାରା ୬(୧)ରେ ରହିଥିବା ପ୍ରାବଧାନ ଅନୁସାରେ ୨୦୦୪ ଡିସେମ୍ବର ୨୦ ପୂର୍ବରୁ ଯଦି ଉକ୍ତ ପୈତୃକ ସମ୍ପତ୍ତି କୌଣସି କାରଣରୁ କାହାକୁ ପ୍ରଦାନ କରା ସରିଥିବ ତେବେ ସେ କ୍ଷେତ୍ରରେ ଝିଅମାନଙ୍କ ଏହି ଅଧିକାର ସଂକ୍ଷିପ୍ତ ହୋଇପାରିବ ବୋଲି ଅଦାଲତ ମଧ୍ୟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe