ହିଜାବ୍‌ ବିନା ପରୀକ୍ଷା ଦେବାକୁ ଉତ୍ତର ବେଙ୍ଗାଲୁରୁସ୍ଥିତ ୨ଟି କଲେଜର ଛାତ୍ରୀ ରାଜି

Advertisment
ହିଜାବ୍‌ ବିନା ପରୀକ୍ଷା ଦେବାକୁ ଉତ୍ତର ବେଙ୍ଗାଲୁରୁସ୍ଥିତ ୨ଟି କଲେଜର ଛାତ୍ରୀ ରାଜି

Image Courtesy of The Times of India

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟରେ ହିଜାବ ବିବାଦ ବାତାବରଣରେ ହିଜାବ୍‌ ନ ପିନ୍ଧି ‘ଦ୍ବିତୀୟ ପିୟୁସି ପ୍ରାକ୍ଟିକାଲ୍‌ ପରୀକ୍ଷା’ ଦେବା ଲାଗି ଉତ୍ତର ବେଙ୍ଗାଲୁରୁସ୍ଥିତ ୨ଟି ବିଜ୍ଞାନ କଲେଜ୍‌ର ଛାତ୍ରୀମାନେ ରାଜି ହୋଇଥିବା କଥା ଟ୍ରେନିଙ୍ଗ୍‌ ଡିଭିଜନ୍‌ର ଅଧିକାରୀମାନେ କହିଛନ୍ତି। ଆଜି ଠାରୁ ଏହି ପରୀକ୍ଷା ଆରମ୍ଭ ହେବ।

ଉତ୍ତର ବେଙ୍ଗାଲୁରୁର ‘ଡିଡିପିୟୁ’ ଶ୍ରୀରାମ ଜି. ଓକେ କହିଛନ୍ତି, ମୋ ନିୟନ୍ତ୍ରଣାଧୀନ ୟେଲହଙ୍କା ଏବଂ ୟେଶୱନ୍ତପୁରସ୍ଥିତ ଦୁଇଟି ସ୍କୁଲ୍‌ର କର୍ତ୍ତୃପକ୍ଷମାନେ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ। ଶନିବାର ଦିନ ମୁଁ ସେ ଦୁଇଟି ସ୍କୁଲ୍‌ ଗସ୍ତ କରି ବିଜ୍ଞାନ କଲେଜ ଶିକ୍ଷାର୍ଥୀଙ୍କୁ ବୁଝାଇ ଥିଲି। ଏହି ‘ପ୍ରାକ୍ଟିକାଲ୍‌’ ପରୀକ୍ଷା ଦେବା ପାଇଁ ସେମାନେ ହିଜାବ ନ ପିନ୍ଧି ଆସିବାକୁ ରାଜି ହେବା ସହ କରିଡର୍‌ ଟିକେଟ୍‌ ସଂଗ୍ରହ କରିଥିଲେ।

publive-image Image Courtesy of The New Indian Express

ଶିକ୍ଷାର୍ଥୀମାନଙ୍କୁ ମୁଁ କହିଲି ଯେ, କର୍ଣ୍ଣାଟକ ଅଦାଲତଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତି ଆମେ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ତାହା ଶୁଣି ସେମାନେ ମତେ କହିଲେ ଯେ, ବିନା ହିଜାବରେ ଆମେ ପରୀକ୍ଷା ଦେବାକୁ ଆସିବୁ। ଆମ ସ୍କୁଲ୍‌ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ସୋମବାର ଏବଂ ମଙ୍ଗଳବାର ଦିନ ହେବାକୁ ଥିବା ଏହି ପରୀକ୍ଷା ପାଇଁ ବିଭିନ୍ନ ସ୍କୁଲ୍‌ରୁ ପିଲାମାନେ ଆସିବେ।

ସୂଚନାଯୋଗ୍ୟ, ସମ୍ପ୍ରତି ଡିଭିଜନ୍ ରାଜ୍ୟବ୍ୟାପୀ ‘ଦ୍ବିତୀୟ ପିୟୁସି ପ୍ରାକ୍ଟିକାଲ୍‌ ପରୀକ୍ଷା’ କରାଇବ ନାହିଁ। ବିକଳ୍ପ ବ୍ୟବସ୍ଥା ଭାବେ ମାର୍ଚ ୨୫ ତାରିଖ ସୁଦ୍ଧା ଏହି ପରୀକ୍ଷା ଶେଷ କରିବା ଲାଗି ଶିକ୍ଷା ଜିଲ୍ଲା ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe