ଦୁଷ୍କର୍ମ କାରଣ ହେଉଥିବାରୁ ଝିଅମାନଙ୍କୁ ମୋବାଇଲ୍‌ଫୋନ୍ ଦେବା ଅନୁଚିତ: ଉତ୍ତର ପ୍ରଦେଶ ମହିଳା କମିସନ୍ ସଦସ୍ୟା

ଦୁଷ୍କର୍ମ କାରଣ ହେଉଥିବାରୁ ଝିଅମାନଙ୍କୁ ମୋବାଇଲ୍‌ଫୋନ୍ ଦେବା ଅନୁଚିତ: ଉତ୍ତର ପ୍ରଦେଶ ମହିଳା କମିସନ୍ ସଦସ୍ୟା

ଅଲିଗଡ଼: ଦୁଷ୍କର୍ମର କାରଣ ହେଉଥିବାରୁ ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ ବୋଲି ଉତ୍ତର ପ୍ରଦେଶ ମହିଳା କମିସନ୍‌ର ଜଣେ ସଦସ୍ୟା କହିଛନ୍ତି। ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ବିଷୟରେ ପଚରା ଯିବାରୁ ସଦସ୍ୟା ମୀନା କୁମାରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ। ଝିଅମାନେ ପୁଅମାନଙ୍କ ସହ ଘଣ୍ଟା ଘଣ୍ଟା ଗପୁଛନ୍ତି ଏବଂ ପରେ ସେମାନଙ୍କ ସହ ପଳାଇ ଯାଉଛନ୍ତି। ସେମାନଙ୍କ ଫୋନ୍‌ ମଧ୍ୟ ଯାଞ୍ଚ କରାଯାଉନାହିଁ କି, ପରିବାର ‌ଲୋକେ ଏ ସମ୍ପର୍କରେ ସଚେତନ ରହୁନାହାନ୍ତି।

ମୀନା କୁମାରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ଅପରାଧ ସମ୍ବନ୍ଧରେ ସ୍ବୟଂ ସମାଜକୁ ସତର୍କ ହେବାକୁ ପଡ଼ିବ। ପିତାମାତାମାନେ ବିଶେଷକରି, ମାଆମାନଙ୍କର ଗୁରୁ ଦାୟିତ୍ବ ରହିଛି। ସେମାନେ ସେମାନଙ୍କର ଝିଅମାନଙ୍କ ଉପରେ ଦୃଷ୍ଟି ରଖିବା ଉଚିତ।

publive-image Image Courtesy of India Today

ତାଙ୍କ ଭାଷାରେ, ମାଆମାନଙ୍କର ଗୁରୁ ଦାୟିତ୍ବ ରହିଛି। ଆଜିକାଲି ଝିଅମାନେ ବେପରୁଆ ହେବାର କାରଣ ହେଉଛନ୍ତି ସେମାନଙ୍କର ମାଆ।

କିନ୍ତୁ, କମିସନ୍‌ର ଉପାଧ୍ୟକ୍ଷା ଅଞ୍ଜୁ ଚୌଧୁରୀ ଏଭଳି ମନ୍ତବ୍ୟ ପ୍ରତି ସହମତି ପ୍ରକାଶ ନ କରି କହିଲେ ଯେ, ମୋବାଇଲ୍‌ ଫୋନ୍ ନେଇଗଲେ ବ୍ୟଭିଚାରର ସମାଧାନ ହୋଇଯିବ ନାହିଁ। ବରଂ ଆମେ ଝିଅମାନଙ୍କୁ ଅଜ୍ଞାତ ବ୍ୟକ୍ତିମାନଙ୍କ ସହ ଚାଟିଙ୍ଗ୍‌ ନ କରିବାକୁ କହିବା ସହ ମୋବାଇଲ୍‌ ଫୋନ୍‌ର ନିରାପଦ ବ୍ୟବହାର ବିଷୟରେ ଶିକ୍ଷା ଦେବା ଉଚିତ।

ଉଲ୍ଲେଖନୀୟ, ଜାନୁଆରି ମାସରେ ବଦୌନ ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳା କମିସନ୍‌ର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ମଧ୍ୟ ଏକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ। ସେ କହିଥିଲେ, ମହିଳାଜଣକ ସନ୍ଧ୍ୟାରେ ପଦାକୁ ବାହାରି ନ ଥିଲେ ଘଟଣାଟି ଏଡ଼ାଯାଇ ପାରିଥାଆନ୍ତା। ପରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ଚନ୍ଦ୍ରମୁଖୀ ତାଙ୍କର ବିବୃତି ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe