ଏଣିକି ସୁରକ୍ଷାବାହିନୀ ପଢ଼ିବେ ଭଗବଦ୍ ଗୀତା ସାଙ୍ଗକୁ ଚାଣକ୍ୟଙ୍କ ନୀତି

ମୋଦୀ ସରକାରଙ୍କ ବଡ଼ ଘୋଷଣା: ଛୁଟି ସମୟରେ ଆକ୍ରମଣ ଯୋଗୁଁ ମୃତ୍ୟୁ ହେଲେ ଅନଡ୍ୟୁଟି ଭାବେ ବିଚାର କରାଯିବ

ନୂଆଦିଲ୍ଲୀ: ସେନା ଏବଂ ବାୟୁସେନା ସହ ଅନ୍ୟ ସୁରକ୍ଷାବଳର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବଦ୍ ଗୀତା ଏବଂ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରର ଜ୍ଞାନ ଦିଆଯିବ। ଏଣିକି ଭଗବଦ୍ ଗୀତା ସାଙ୍ଗକୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ସିଲାବସରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରାଯାଉଛି | ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସିକନ୍ଦରାବାଦରେ ଥିବା କଲେଜ ଅଫ୍ ଡିଫେନ୍ସ ମ୍ୟାନେଜମେଣ୍ଟ (ସିଡିଏମ୍) ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକ ଉପରେ ଗବେଷଣା ଆରମ୍ଭ କରିଛି, ଯାହା ଆଧୁନିକ ଯୁଦ୍ଧ ଏବଂ ସାମରିକ ଶାସନ ସହ ଜଡିତ |

ଆଉ ସିଡିଏମ ଭଗବଦ୍ ଗୀତା ଏବଂ ଅର୍ଥଶାସ୍ତ୍ରକୁ ସୁପାରିଶ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆର୍ମି ମୁଖ୍ୟାଳୟରେ ଅବସ୍ଥାପିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ସାମରିକ ତତ୍ତ୍ୱ, ଯୁଦ୍ଧ ରଣନୀତି, ଜୀବନର ନୈତିକତା ବିଷୟରେ ବିଚାର କଲେ ଭଗବଦ୍ ଗୀତା ହେଉଛି ଜ୍ଞାନର ଭଣ୍ଡାର। ଏହା ଆମର ଅଧିକାରୀ ଏବଂ ଯବାନମାନଙ୍କୁ ଜଟିଳ ଯୁଦ୍ଧରେ ସ୍ୱଦେଶୀ ଦୃଷ୍ଟିକୋଣ ପ୍ରଦାନ କରିବ | ସେହିପରି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ହେଉଛି ପ୍ରାଚୀନ ଭାରତର ଏକ ଚମତ୍କାର ଗ୍ରନ୍ଥ |

ଏଥିରେ ରାଜନୀତି, ସାମରିକ ଚିନ୍ତାଧାରା ଏବଂ ବୁଦ୍ଧିର ଜଟିଳ ଅନ୍ତରାଳ ବିଷୟରେ ଜ୍ଞାନ ଦେଇଥାଏ''| ଏ ବାବଦରେ ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି ବୋଲି ସେ କହିଛନ୍ତି। ତେବେ ଏହି ପାଠ୍ୟକ୍ରମ କେବେ ଆରମ୍ଭ ହେବ କିମ୍ବା କେଉଁ ଏକାଡେମୀରେ ଏହାକୁ ପଢ଼ାଯିବ ସେ ନେଇ କିଛି ସୂଚନା ମିଳିପାରିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe