୮ଟି ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଅ: ସୁପ୍ରିମ୍‌ କୋର୍ଟରେ ବିଜେପି ନେତାଙ୍କ ଜନସ୍ୱାର୍ଥ ମାମଲା

Advertisment
୮ଟି ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଅ: ସୁପ୍ରିମ୍‌ କୋର୍ଟରେ ବିଜେପି ନେତାଙ୍କ ଜନସ୍ୱାର୍ଥ ମାମଲା

Image Courtesy of Zee News

ନୂଆଦିଲ୍ଲୀ: ଆଠଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଆଯାଉ ବୋଲି ଦାବି କରି ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।

ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି: ୨୦୧୧ ଜନଗଣନା ଅନୁସାରେ ଲକ୍ଷାଦ୍ୱୀପ ଏହି ଆଠଟି ରାଜ୍ୟ ହିନ୍ଦୁ ସଂଖ୍ୟାଲଘୁ: (୨.୫%), ମିଜୋରାମ୍‌ (୨.୭୫%), ନାଗାଲାଣ୍ଡ (୮.୭୫%), ମେଘାଳୟ (୧୧. ୫୩%), ଜମ୍ମୁ ଓ କଶ୍ମୀର (୨୮. ୪୪%), ଅରୁଣାଚଳପ୍ରଦେଶ (୨୯%), ମଣିପୁର (୩୧. ୩୯%) ଏବଂ ପଞ୍ଜାବ (୩୮. ୪୦%)।

ଦିଲ୍ଲୀ ଭାରତୀୟ ଜନତା ପାର୍ଟିର ନେତା ତଥା ଆଡ୍‌ଭୋକେଟ୍‌ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।

ସେ କହିଛନ୍ତି: ମିଜୋରାମ, ମେଘାଳୟ ଏବଂ ନାଗାଲାଣ୍ଡ ଖ୍ରୀଷ୍ଟିଆନ୍‌ ବହୁଳ ଏବଂ ଅରୁଣାଚଳ ପ୍ରଦେଶ, ଗୋଆ, କେରଳ, ମଣିପୁର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ସେମାନଙ୍କ ସଂଖ୍ୟା ଉଲ୍ଲେଖ ଯୋଗ୍ୟ ଥିବାବେଳେ ସେମାନଙ୍କୁ ସଂଖ୍ୟାଲଘୁ ରୂପେ ବିବେଚନା କରାଯାଉଛି। ସେମିତି ପଞ୍ଜାବରେ ଶିଖ୍‌ମାନେ ସଂଖ୍ୟା ଗରିଷ୍ଠ ଏବଂ ଦିଲ୍ଲୀ, ଚଣ୍ଡିଗଡ଼ ଓ ହରିୟାଣାରେ ମଧ୍ୟ ଉଲ୍ଲେଖଯୋଗ୍ୟ ସଂଖ୍ୟକ ଶିଖ୍‌ ଅଛନ୍ତି, କିନ୍ତୁ ସେମାନଙ୍କୁ ସଂଖ୍ୟାଲଘୁ ବୋଲି ବିବେଚନା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe