ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଦ୍ବାରା ତିନ ତଲାକ ବିରୋଧରେ କଡ଼ା ଆଇନ ପ୍ରଣୟନ କରିବା ପରେ ମଧ୍ୟ ଏହାସହ ଜଡିତ ଘଟଣା ହ୍ରାସ ପାଉନାହିଁ। ନିକଟରେ ତେଲେଙ୍ଗାନାର ହାଇଦ୍ରାବାଦରେ ତିନ ତଲାକର ଏକ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ତାଙ୍କୁ ଆମେରିକାରୁ ଫୋନ ଯୋଗେ ତିନ ତଲାକ ଦେଇଥିବା ମହିଳା ଜଣକ ନିଜେ ଏହି ସୂଚନା ଦେଇଛନ୍ତି।
ସାବା ଫାତିମାଙ୍କୁ ଛାଡପତ୍ର ଦେବା ପରେ ତାଙ୍କ ମା’ ମଧ୍ୟ ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି।
ଆମେରିକାରୁ ସ୍ୱାମୀ ଅବଦି ୱାଲି ଅହମ୍ମଦଙ୍କ ଦ୍ୱାରା ତିନି ତଲାକ ପାଇବା ପରେ ସାବା ଫାତିମା କହିଛନ୍ତି, ଆମର ବିବାହ ୨୦୧୫ ଜାନୁଆରି ୨୫ରେ ହୋଇଥିଲା। ଦୁଇମାସ ପୂର୍ବେ ସେ (ସ୍ୱାମୀ) ମୋ ବାପାଙ୍କୁ ଫୋନ କରି ସ୍ପିକର ଅନ୍ କରି ତିନ ତଲାକ ଦେଇଥିଲେ। ଅହମ୍ମଦ ମୋର ଏବଂ ମୋ ପରିବାର ସଦସ୍ୟଙ୍କ କୌଣସି ଫୋନ ନ ଉଠାଇବା ସହିତ ମୋବାଇଲ୍ ନମ୍ବରକୁ ବ୍ଲକ କରି ଦେଇଥିଲେ। ଏହାପରେ ଦୁବାଇରେ ଥିବା ମୋ ଶାଶୁ ଏବଂ ଲଣ୍ଡନରେ ରହୁଥିବା ନଣନ୍ଦଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। ଯଦିଓ ସେମାନେ ମୋତେ ପ୍ରଥମେ ନ୍ୟାୟ ଦେବେ ବୋଲି ନିଶ୍ଚିତ କରିଥିଲେ। କିନ୍ତୁ ପରେ ସେମାନେ ମଧ୍ୟ ମୋ ନମ୍ବରକୁ ବ୍ଲକ କରି ଦେଇଥିଲେ।
ଏଥିସହିତ ସାବା ଫାତିମା କହିଛନ୍ତି ଯେ ଏହି ମାମଲାରେ ମୋତେ ଭାରତ ସରକାରଙ୍କ ଠାରୁ ସାହାଯ୍ୟ ଦରକାର।
ଏଥି ସହିତ, ଏହି ମାମଲାରେ ପୀଡିତା ମହିଳାଙ୍କ ମା’ କହିଛନ୍ତି ଯେ କୌଣସି କାରଣ ନ ଥାଇ ଛାଡପତ୍ର ଦେଇ ଝିଅ ସହିତ ଅନ୍ୟାୟ କରାଯାଇଛି। ଏହି ମାମଲାରେ ଭାରତ ସରକାରଙ୍କଠାରୁ ନ୍ୟାୟ ମିଳିବା ଉଚିତ।
Follow Us