ଉତ୍ତରାଖଣ୍ଡର ଚାମୋଲିରେ ଫାଟିଲା ‘ଗ୍ଲେସିଅର୍‌’; ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

ଉତ୍ତରାଖଣ୍ଡର ‘ଗ୍ଲେସିଅର୍‌’ ବିସ୍ଫୋଟ; ୮ ମୃତ, ୪୩୦ ଉଦ୍ଧାର, ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ଅମିତ ଶାହ

Image Courtesy of India Today

ଡେରାଡୁନ୍‌: ଉତ୍ତରାଖଣ୍ଡର ଚାମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍‌’ର ଫାଟି ଯାଇଛି। ଏହି ଘଟଣାରେ ଏଯାବତ୍ କେହି ମୃତାହତ ହୋଇଥିବା କିଂବା କିଛି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। କିନ୍ତୁ, ଏଥିଯୋଗୁଁ ଋଷିଗଙ୍ଗା ନଦୀର ଜଳସ୍ତର ୨ ଫୁଟ୍‌ ବୃଦ୍ଧି ପାଇଥିବା କଥା ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ କହିଛି।

ଉତ୍ତରାଖଣ୍ଡ ସରକାର ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀରଥ୍‌ ସିଂହ ରାୱତ୍‌ ଟୁଇଟ୍‌ କରିଛନ୍ତି, ନୀତି ଉପତ୍ୟକାରେ ଥିବା ସୁମନା ଗାଁରେ ଏକ ତୁଷାର କ୍ଷେତ୍ର ବିସ୍ଫୋଟ ହୋଇଥିବା ଖବର ପାଇଛି। ଏଥିପାଇଁ ମୁଁ ସତର୍କ ସୂଚନା ଜାରି କରିବା ସହ ‘ବିଆର୍‌ଟିଓ’ ଏବଂ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରଖିଛି।

publive-image Image Courtesy of Zee News

ସେ ଅଞ୍ଚଳରେ ପ୍ରବଳ ତୁଷାରପାତ କାରଣରୁ ଆକସ୍ମିକ ଭାବେ ତୁଷାର କ୍ଷେତ୍ରଟି ଫାଟି ଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହ ଯୋଗାଯୋଗ କରିବା ଲାଗି ‘ବର୍ଡର୍‌ ରୋଡ୍‌ ଅର୍ଗାନାଇଜେସନ୍‌’ର (ବିଆର୍‌ଓ) ବରିଷ୍ଠ ଅଧିକାରୀମାନେ ଉଦ୍ୟମ କରୁଛନ୍ତି।

ସେନାସୂତ୍ରରୁ ପ୍ରକାଶ, ମାଲାରି ଏବଂ ‘ବିଆର୍‌ଓ’ କାର୍ଯ୍ୟାଳୟ ନିକଟରେ ଥିବା ସୁମନା ଗାଁ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ‘ଆଇଟିବିପି’ ୮ ବାଟାଲିୟନ୍‌ ପୋଷ୍ଟ୍‌ ନିକଟରେ ଏହି ତୁଷାର କ୍ଷେତ୍ରର ବିସ୍ଫୋଟ ଘଟିଛି। ‘ସେଣ୍ଟ୍ରାଲ୍‌ ଆର୍ମି କମାଣ୍ଡ୍‌’ ଉଦ୍ଧାର କାର୍ଯ୍ୟ ଚଳାଇଛି।

ଜାତୀୟ ସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥାନକୁ ‘ବର୍ଡର୍‌ ରୋଡ୍‌ ଟାସ୍କ୍‌ ଫୋର୍ସ’ର କମାଣ୍ଡର୍‌ ମନୀଷ କପିଳ କହିଛନ୍ତି, ଭାରତ-ଚୀନ୍‌ ସୀମାନ୍ତସ୍ଥିତ ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏହି ତୁଷାର କ୍ଷେତ୍ର ବିସ୍ଫୋଟ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe