ଗୋଟିଏ ମାତ୍ର କାରଣ ପାଇଗଲେ ଏହି ଦେଶକୁ ଅଧିକାର କରିନେବୁ: ଚୀନ 

Advertisment
ଗୋଟିଏ ମାତ୍ର କାରଣ ପାଇଗଲେ ଏହି ଦେଶକୁ ଅଧିକାର କରିନେବୁ: ଚୀନ 

DNA India

ବେଜିଙ୍ଗ: ଚାଇନା କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ ତାଇୱାନ ଦଖଲ କରିବା ପାଇଁ ସେନା ଅଭ୍ୟାସ କରୁଛି। ଚୀନ୍ ସରକାରଙ୍କ ମୁଖପତ୍ର ଭାବରେ ବିବେଚନା କରାଯାଉଥିବା ଏହି ଖବରକାଗଜରେ କୁହାଯାଇଛି ଯେ ଶୁକ୍ରବାର ଦିନ ଯୁଦ୍ଧ ବିମାନ ଦ୍ୱାରା କରାଯାଇଥିବା ଡ୍ରିଲ କୌଣସି ଚେତାବନୀ ଦେବା ପାଇଁ ନୁହେଁ, ବରଂ ତାଇୱାନକୁ କାବୁ କରିବା ପାଇଁ ଏକ ରିହର୍ସାଲ ସ୍ୱରୂପ ଯୁଦ୍ଧ ବିମାନ ଉଡାଇଛୁ |

ଖବରକାଗଜ ଅନୁଯାୟୀ ତାଇୱାନର ପ୍ରତିରକ୍ଷା ବିଭାଗ ଚୀନ୍‌ରୁ ଉଡ଼ୁଥିବା ମୋଟ ୧୮ ଟି ବିମାନ ସମ୍ପର୍କରେ ସୂଚନା ଦେଇଛି। କିନ୍ତୁ ଯେତେବେଳେ ବି ଆମେରିକାର ଜଣେ ଉଚ୍ଚ ଅଧିକାରୀ ତାଇୱାନ ଯାଆନ୍ତି, ଚୀନ୍ ଯୁଦ୍ଧ ବିମାନଗୁଡ଼ିକ ଗୋଟିଏ ପାଦ ଆଗକୁ ବଢନ୍ତି । ଯଦି ଆମେରିକାର ବୈଦେଶିକ ମନ୍ତ୍ରୀ ତାଇୱାନକୁ ଆସନ୍ତି, ତେବେ ଚୀନ୍ ଏହାର ବିମାନକୁ ତାଇୱାନ ଉପରେ ଉଡ଼ାଇବା ଉଚିତ୍।

ଗ୍ଲୋବାଲ ଟାଇମ୍ସରେ ଲେଖାଯାଇଛି ଯେ କେବଳ ଗୋଟିଏ ମାତ୍ର ରାଜନୈତିକ କାରଣ ଖୋଜାଚାଲିଛି ଯାହାଦ୍ୱାରା ଟାଇୱାନର ସ୍ୱତନ୍ତ୍ର ଶକ୍ତିକୁ ସମାପ୍ତ କରିଦିଆଯିବ | ଯଦି ତାଇୱାନର କର୍ତ୍ତୃପକ୍ଷ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖନ୍ତି, ତେବେ ଏଭଳି ପରିସ୍ଥିତି ନିଶ୍ଚିତ ରୂପେ ଆସିବ।  ଖୁବ୍ କମ୍ ସମୟ ମଧ୍ୟରେ ତାଇୱାନ ଦଖଲ କରିବାକୁ ଚୀନ୍ ସୈନ୍ୟ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe