ରାମ ମନ୍ଦିର ନିର୍ମାଣରେ ଭକ୍ତମାନେ ପଠାଉଥିବା ସୁନା ଓ ରୁପା ଇଟା କିଭଳି ବ୍ୟବହାର ହେବ ଜାଣି ପାରୁନାହିଁ ଟ୍ରଷ୍ଟ୍‌

ରାମ ମନ୍ଦିର ନିର୍ମାଣରେ ଭକ୍ତମାନେ ପଠାଉଥିବା ସୁନା ଓ ରୁପା ଇଟା କିଭଳି ବ୍ୟବହାର ହେବ ଜାଣି ପାରୁନାହିଁ ଟ୍ରଷ୍ଟ୍‌

Image Courtesy of One News Page

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣରେ ଭକ୍ତମାନେ ପଠାଇଥିବା ଶହ ଶହ ସୁନାରୁପା ଛଡ଼ ଓ ଇଟା ସମତେ ଏକ କ୍ବିଣ୍ଟାଲ୍‌ରୁ ଅଧିକ ମୂଲ୍ୟବାନ ଧାତୁକୁ କିଭଳି ବ୍ୟବହାର କରାଯିବ ଟ୍ରଷ୍ଟ୍‌ ଜାଣି ପାରୁ ନ ଥିବା ବେଳେ  ଏ ସବୁକୁ ପହରା ଦେବା ପାଇଁ ଅଯୋଧ୍ୟାର ରାମ ମନ୍ଦିର ସ୍ଥଳୀରେ ମୁତୟନ ହୋଇଥିବା କେନ୍ଦ୍ରୀୟ ବଳଙ୍କୁ ଅତିରିକ୍ତ ଦାୟିତ୍ବ ବହନ କରିବାକୁ ପଡୁଛି।

ରାମ ମନ୍ଦିର ନିର୍ମାଣ ନିମନ୍ତେ ସୁପ୍ରିମ୍ କୋର୍ଟ ପଥ ପରିଷ୍କାର କରିବା ପର ଠାରୁ ମନ୍ଦିର ତିଆରିରେ ବ୍ୟବହାର ଲାଗି ଭକ୍ତମାନେ ସୁନା ଓ ରୁପା ଅଳଙ୍କାର ସମେତ, ଇଟା ଏବଂ ଛଡ଼ ପଠାଉଛନ୍ତି। ମନ୍ଦିର ନିର୍ମାଣ ନିମ‌େନ୍ତେ ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ଭୂମିପୂଜନ କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ପାଞ୍ଚଟି ରୁପା ଇଟା ବ୍ୟବହାର କରିବେ। କିନ୍ତୁ, ଏହା ସଙ୍କେତାତ୍ମକ ବ୍ୟବହାର ବୋଲି କୁହାଯାଇଛି।

publive-image Image Courtesy of The Times of India

କିନ୍ତୁ, ମନ୍ଦିର ନିର୍ମାଣରେ ସୁନା ଓ ରୁପା କେମିତି ବ୍ୟବହାର ହେବ ଓ ସେ ସବୁର ସୁରକ୍ଷା ନିମନ୍ତେ ଉପାୟ ପାଉ ନ ଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ ଭକ୍ତମାନଙ୍କୁ ନିବେଦନ କରି କହିଛି ଯେ, ସେମାନ‌େ ସୁନାରୁପା ନ ପଠାଇ ଟଙ୍କା ପଠାନ୍ତୁ।

ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ବିଶ୍ବ ହିନ୍ଦୁ ପରିଷଦ୍‌ର କାର୍ଯ୍ୟନିର୍ବାହୀ ଚମ୍ପତ ରାୟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆମେ ସେୟାର୍ କରିଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଭକ୍ତମାନ‌େ ଦାନ ଦେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe