ଜିମେଲ୍‌ ଆକାଉଣ୍ଟ୍‌ ଚଳାଇବାରେ ଅସୁବିଧା ଅନୁଭବ କରୁଛନ୍ତି କି? ବ୍ୟବହାରକାରୀ ଆଣିଲେ ଏଭଳି ଅଭିଯୋଗ

Advertisment
ଜିମେଲ୍‌ ଆକାଉଣ୍ଟ୍‌ ଚଳାଇବାରେ ଅସୁବିଧା ଅନୁଭବ କରୁଛନ୍ତି କି? ବ୍ୟବହାରକାରୀ ଆଣିଲେ ଏଭଳି ଅଭିଯୋଗ

indiatoday

ନୂଆଦିଲ୍ଲୀ: ଧୀରେ ଧୀରେ କମିବାରେ ଲାଗଛି ମାଗଣା ଇମେଲ୍‌ ସେବା ଜିମେଲ୍‌ର ଚାହିଦା। ଅନେକ ଭାରତୀୟ ଜିମେଲ୍‌ ବ୍ୟବହାରକାରୀ ଅଭିଯୋଗ ଆଣିଛନ୍ତି ଯେ ସେମାନେ ସେମାନଙ୍କ ଜିମେଲ୍‌ ଆକାଉଣ୍ଟ୍‌ ଖୋଲି ପାରୁନାହାନ୍ତି କି ମେସେଜ୍‌ ବି ପଠାଇ ପାରୁନାହାନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମେଲ୍‌ ପ୍ଲାଟ୍‌ଫର୍ମର ଚାହିଦା କେବଳ ଭାରତରେ ନୁହେଁ, ବରଂ ଅନ୍ୟ ଦେଶମାନଙ୍କରେ ବି ହ୍ରାସ ଘଟିଛି। ଜିମେଲ୍‌ ପରି ଗୁଗୁଲ୍‌ ଡ୍ରାଇଭ୍‌ରେ ବି ବିଭିନ୍ନ ପ୍ରକାରର ଅସୁବିଧା ଦେଖିବାକୁ ମିଳୁଛି। ଜିମେଲ୍‌ ଓ ଗୁଗୁଲ୍‌ ଡ୍ରାଇଭ୍‌ ବିରୋଧରେ ଅନେକ ଟ୍ଵିଟର୍‌ ବ୍ୟବହାରକାରୀ ଟ୍ଵିଟ୍‌ କରି ଅଭିଯୋଗ କରିଛନ୍ତି।
ଏହା କେବଳ ବ୍ୟବହାରକାରୀଙ୍କ ଅଭିଯୋଗ ନୁହେଁ, ବରଂ ଜିମେଲ୍‌ ଓ ଗୁଗୁଲ୍‌ ଡ୍ରାଇଭ୍‌ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି ବୋଲି ଗୁଗୁଲ୍‌ ମଧ୍ୟ ସ୍ପଷ୍ଟ କରିଛି।

publive-image Business Insider

ଏହି ଅଭିଯୋଗ ପରେ କମ୍ପାନି ତା’ର ଜି ସ୍ୟୁଟ୍‌ ଡାସ୍‌ବୋର୍ଡରେ ଲେଖିଛି ଯେ ‘ଆମେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛୁ। କେବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ ହେବ ସେ ନେଇ ଖୁବ୍‌ ଶୀଘ୍ର ଆମେ ସୂଚନା ପ୍ରଦାନ କରିବୁ।’
ଗୁରୁବାର ସକାଳୁ ଅନେକ ଜିମେଲ୍‌ ବ୍ୟବହାରକାରୀ ଅଭିଯୋଗ ଆଣି କହିଥିଲେ କି ସେମାନେ ସେମାନଙ୍କ ଆକାଉଣ୍ଟ୍‌ ଲଗ୍‌ଇନ୍‌ ନ କରିପାରିବା ସହ ମେଲ୍‌ ପଠାଇ ପାରୁନାହାନ୍ତି କି ଆଟାଚ୍‌ମେଣ୍ଟ୍‌ ବି ଅପ୍‌ଲୋଡ୍‌ କରିପାରୁନାହାନ୍ତି। ଟ୍ଵିଟ୍‌ର ବ୍ୟବହାରକାରୀମାନେ ଟ୍ଵିଟ୍‌ କରି ଜଣାଇଛନ୍ତି ଯେ ଭଲ ନେଟଓ୍ଵାର୍କ ଥାଇ ମଧ୍ୟ ମେଲ୍‌ କଠାଇବାରେ ଅସୁବିଧା ପରିଲଖିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe