ବାଙ୍ଗାଲୋରରୁ ପାଟନା ଯାଉଥିବାବେଳେ ନାଗପୁରରେ ଜରୁରୀ ଅବତରଣ କଲା ବିମାନ

Advertisment
ବିକ୍ରି ହେବ ବିମାନ କଂପାନି ‘ଗୋ ଫାଷ୍ଟ୍‌’: ବିପୁଳ କ୍ଷତିରେ ଚାଲୁଛି

NDTV.com

ନାଗପୁର: କର୍ଣ୍ଣାଟକର ବାଙ୍ଗାଲୋରରୁ ବିହାରର ପାଟନାକୁ ଯାଉଥିବା ଏକ ବିମାନ ଆଜି ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ନାଗପୁର ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ବୈଷୟିକ ସମସ୍ୟା ହେତୁ ଗୋ-ଏୟାରର ଏକ ବିମାନ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିଛି। ବିମାନରେ ୧୩୯ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିଲେ।

ବିମାନବନ୍ଦର ନିର୍ଦ୍ଦେଶକ ଅବିଦ୍ ରୁହିଙ୍କ ସୂଚନା ଅନୁଯାୟୀ, ବିମାନର ଏକ ଇଞ୍ଜିନରେ କିଛି ସମସ୍ୟା ହେତୁ ବିମାନଟି ନାଗପୁରରେ ଅବତରଣ କରିଥିଲା। ସେ କହିଛନ୍ତି ଯେ ବିମାନଟି ଆଜି ୧୧:୧୫ ରେ ନିରାପଦରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି। ରୁହି କହିଛନ୍ତି, “ଗୋ ଏୟାର ବିମାନର ପାଇଲଟ ନାଗପୁର ଏଟିସି ସହ ଯୋଗାଯୋଗ କରି ବିମାନର ଗୋଟିଏ ଇଞ୍ଜିନରେ ସମସ୍ୟା ଥିବା ସୂଚନା ଦେଇଥିଲେ।

ତେଣୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦେବାକୁ ପାଇଲଟ ଅନୁରୋଧ କରିଥିଲେ। ଏହା ପରେ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ରନୱେରେ ଅଗ୍ନିଶମବାହିନୀ, ଡାକ୍ତର, ଆମ୍ବୁଲାନ୍ସ ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe