କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପ୍ରବଳ ବିରୋଧ ମଧ୍ୟରେ ମୋଦୀ-ମମତା ସୌଜନ୍ୟମୂଳକ ସାକ୍ଷାତ ଶେଷ

Advertisment
କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପ୍ରବଳ ବିରୋଧ ମଧ୍ୟରେ ମୋଦୀ-ମମତା ସୌଜନ୍ୟମୂଳକ ସାକ୍ଷାତ ଶେଷ

Siasat

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦନିଆ ଗସ୍ତରେ ଯାଇ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। କୋଲକାତା ପୋର୍ଟ ଟ୍ରଷ୍ଟ୍‌ର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେବାକୁ ମୋଦୀ କୋଲକାତା ଯାଇଛନ୍ତି। ଏଥିସହ ସେ ଆନ୍ତାକାଲି ବେଲୁର ମଠରେ ରାମକୃଷ୍ଣ ପକ୍ଷରୁ ପାଳନ ହେବାକୁ ଥିବା ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମଧ୍ୟ ଯୋଗ ଦେବେ।

ମୋଦୀ  ବିମାନବନ୍ଦରରେ ପହଞ୍ଚିବା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍‌ ଇଣ୍ଡିଆ(ଏସ୍‌ଏଫ୍ଆଇ)ର କିଛି ଆନ୍ଦୋଳନକାରୀ ଛାତ୍ର ‘ଗୋ ବ୍ୟାକ୍‌ ମୋଦୀ’(ଫେରିଯାଅ ମୋଦୀ) ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ମୋଦୀଙ୍କ ଗସ୍ତ ସମୟ ସଂପର୍କରେ ସୂଚନା ପାଇବା ପରେ ଆନ୍ଦୋଳନକାରୀମାନେ ପୂର୍ବରୁ ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନେସ୍‌ନାଲ୍‌ ଏୟାରପୋର୍ଟରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରହିଥିଲେ। ଏହି ବିରୋଧ ମଧ୍ୟରେ ମୋଦୀ ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅଳ୍ପ ସମୟ ଲାଗି ସାକ୍ଷାତ କରିଥିଲେ। ଏହା ସଂପୂର୍ଣ୍ଣ ଭାବେ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ମମତା।

ବିମାନବନ୍ଦରରେ ହଜାର ହଜାର ଆନ୍ଦେଳନକାରୀ ଏକତ୍ର ହୋଇଥିବା ବେଳେ ପଶ୍ଚିମବଙ୍ଗର ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ମୋଦୀ ବିରୋଧୀ ଆନ୍ଦୋଳନ ହୋଇଥିବା ଦେଖିବାକୁ ମିଳିଛି।  କେବଳ  ଏଏଫଆଇ କର୍ମୀ ନୁହନ୍ତି,  ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିମାନ ବନ୍ଦରରେ ଉପସ୍ଥିିତ ରହି ମୋଦୀଙ୍କୁ କୋଲକାତା ଭିତରକୁ ପଶିବାକୁ ଦେବେ ‌ନାହିଁ ବୋଲି ନାରାବାଜୀ କରିଥିଲେ।

ସେହିପରି ଏସ୍‌ଏଫ୍‌ଆଇର କର୍ମକର୍ତ୍ତାମାନେ ଯାଦବପୁର ବିଶ୍ବବିଦ୍ୟାଳୟ, ଗୋଲ୍‌ପାର୍କ, କଲେଜ୍‌ ଷ୍ଟ୍ରିିଟ୍‌, ହାତୀବାଗନ, ଏସ୍‌ପ୍ଲାନେଡ୍‌ ଆଦି ନିକଟରେ ‘ଷ୍ଟୁଡେଣ୍ଟ୍‌ ଏଗେନ୍‌ଷ୍ଟ ଫାଶିଜିମ୍‌’ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିବାର ନଜର ଆସିଥିଲେ।

ଆନ୍ଦୋଳନକାରୀମାନେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆନ୍ଦୋଳନ କରିଥିବା ସୂଚନା ରହିଛି। ସିଏଏ ପରେ ମୋଦୀ ପ୍ରଥମ ଥର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତିି।

ପଶ୍ଚିମବଙ୍ଗରେ ପହଞ୍ଚିବା ପୂର୍ବରୁ ମୋଦୀ ଟ୍ବିଟ୍‌ କରି ଲେଖିଥିଲେ, ‘ମୁଁ ଖୁସି ଏବଂ ଉତ୍ସୁକ ଯେ ଆଜି ଓ ଆସନ୍ତାକାଲି ପଶ୍ଚିମବଙ୍ଗରେ ବିତାଇବି। ପ୍ରସିଦ୍ଧ ରାମକୃଷ୍ଣ  ମିସନ୍‌କୁ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe