ପଛରେ ନ ଯାଇ ଆଗରେ ଯାଅ: ମଞ୍ଚରେ ଯୋଗୀଙ୍କ ହାତ ଧରି କହିଲେ ମୋଦୀ

ପଛରେ ନ ଯାଇ ଆଗରେ ଯାଅ: ମଞ୍ଚରେ ଯୋଗୀଙ୍କ ହାତ ଧରି କହିଲେ ମୋଦୀ

ପିଲଭିତ୍: ଲୋକସଭା ନିର୍ବାଚନ ୨୦୨୪ ନେଇ ପ୍ରତି ରାଜନୈତିକ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ପିଲଭିତ୍‌ରେ ଏକ ଜନସଭାକୁ ସମ୍ବୋଧିତ କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ମଞ୍ଚରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଅଛନ୍ତି। ସେ ଏକ ବଂଶୀ ଉପହାର ପ୍ରଦାନ କରି ମୋଦୀଙ୍କୁ ସ୍ବାଗତ କରୁଛନ୍ତି।

ମୋଦୀ ଜନସଭାରେ ବି‌ରୋଧୀ ଇଣ୍ଡିଆ ମେଣ୍ଟକୁ କନା ସମାଲୋଚନା କରିଛନ୍ତି। ଏହା ସହିତ ତୁଷ୍ଟିକରଣ ରାଜନୀତି ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଭାକୁ ସମ୍ବୋଧିତ କରିବା ପାଇଁ ମୋଦୀଙ୍କ ପଛପଟ ଦେଇ ଯିବାକୁ ଉଦ୍ୟତ ହେଉ ଥିବାବେଳେ ‌ପ୍ରଧାନମନ୍ତ୍ରୀ ତାଙ୍କ ହାତ ଧରି ପକାଇ ଆଗ ଦେଇ ଯିବାକୁ କହିଥିଲେ। ଏବେ ମୋଦୀ ମଞ୍ଚରେ ଯୋଗୀଙ୍କ ହାତ ଧରି ପକାଉ ଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ପିଲଭିତ୍ ଆସନର ସିଟିଂ ସାଂସଦ ହେଉଛନ୍ତି ବରୁଣ ଗାନ୍ଧୀ। ତେବେ ଚଳିତ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିନାହିଁ। ଏହି ଆସନରୁ ଜିତନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ପିଲଭିତ୍ ଜନସଭାରେ ବରୁଣ ଗାନ୍ଧୀଙ୍କୁ ଡକା ଯାଇ ନ ଥିଲା। ମଞ୍ଚରେ ଥିବା ନେତାମାନଙ୍କ ଭିତରେ  କେହି ମଧ୍ୟ ତାଙ୍କ ନାମ ଉଚ୍ଚାରଣ କରି ନ ଥିଲେ। ଜନସଭାରେ ଲଗା ଯାଇଥିବା ଦଳୀୟ ପୋଷ୍ଟରରେ ମଧ୍ୟ ତାଙ୍କ ଫଟୋ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe